Below header

ମୋହନା : ଟ୍ରାକ୍ଟର ନେଇଗଲା ଯୁବକଙ୍କ ଜୀବନ, ଚାଲି ଚାଲି ଯାଉଥିବା ବେଳେ ଦେଲା ଧକ୍କା

ମୋହନା (କେନ୍ୟୁଜ୍‌) : ଟ୍ରାକ୍ଟର ଧକ୍କାରେ ଜଣେ ଯୁବକର ମୃତ୍ୟୁ । ଗଜପତି ଜ଼ିଲ୍ଲା ଅଡବା ଥାନା ବାଲିପଦର ଗ୍ରାମରେ ଏହି ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ଏକ ଟ୍ରାକ୍ଟର କଟାମା ଗ୍ରାମର ରମେଶ ମନ୍ତ୍ରୀଙ୍କ ପୁଅ ନ୍ୟାୟ ମନ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଯୁବକ ଜଣକ ଚାଲି ଚାଲି ଯାଉଥିବା ବେଳେ ବାଲିପଦର ଗାଁ ନିକଟରେ ଟ୍ରାକ୍ଟରଟି ଧକ୍କା ଦେବାରୁ ଯୁବକ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ।

ଏପଟେ ଯୁବକଙ୍କୁ ଧକ୍କା ଦେବା ପରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା l ଫଳରେ ଟ୍ରାକ୍ଟର ଚାଳକ ଲକି ରଣସିଂ ଆହତ ହୋଇଛନ୍ତି l ଅଡବା ପୋଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଏବଂ ନ୍ୟାୟଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.