ସମ୍ବଲପୁରରେ ବ୍ୟାପିଲା ଝାଡାବାନ୍ତି, ଜଣେ ମୃତ ୩୯ ଆକ୍ରାନ୍ତ

ମହମ୍ମଦପୁରରେ ବ୍ୟାପିଲା ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆକ୍ରାନ୍ତ ହେଲେଣି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଅନ୍ୟ ୩୮ ଜଣଙ୍କ ମଧ୍ୟରୁ ୪ଜଣ ବୁର୍ଲା ଭିମ୍‌ସାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନାମ ହେଲେ ରବି ତିର୍କୀ ।

ସମ୍ବଲପୁର (କେନ୍ୟୁଜ): ମହମ୍ମଦପୁରରେ ବ୍ୟାପିଲା ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆକ୍ରାନ୍ତ ହେଲେଣି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଅନ୍ୟ ୩୮ ଜଣଙ୍କ ମଧ୍ୟରୁ ୪ଜଣ ବୁର୍ଲା ଭିମ୍‌ସାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନାମ ହେଲେ ରବି ତିର୍କୀ ।

ସୂଚନା ଅନୁସାରେ ଗତ ୧୩ ତାରିଖରୁ ବ୍ୟାପୁଛି ଝାଡାବାନ୍ତି । ଆଜି ପୁଣି ୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି । ସେପଟେ ଏହି ଘଟଣା ଘଟିବା ପରେ ୨ଟି ମେଡିକାଲ ଟିମ୍ ସେଠାରେ ଡେରା ପକାଇଥିବାବେଳେ ଚିକିତ୍ସା ଚାଲିଛି । ଅନ୍ୟ ସବୁ ଆକ୍ରାନ୍ତ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.