କରଞ୍ଜିଆ: ଘରକୁ ଫେରିବା ବେଳେ ମାଡିଗଲା ଟ୍ରକ୍, ବାଇକ୍ ଆରୋହୀ ମୃତ

କରଞ୍ଜିଆ(କେନ୍ଯୁଜ୍): ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ। ଏପରି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ କୁରୁଳିଆ ନିକଟରେ । ଛାଞ୍ଚବଣି ଗ୍ରାମର ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ତାଟ ମାର୍କେଟରୁ ଜିନିଷ କିଣି ଘରକୁ ଫେରିବା ବେଳେ ଗତକାଲି ରାତିରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଟ୍ରକଟି କରଞ୍ଜିଆ ପଟୁ ଯଶିପୁର ଦିଗକୁ ଯାଉଥିବା ବେଳେ ବାଇକ ଆରହୀଙ୍କ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ବାଇକ ଆରହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାମନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ଘଟଣାସ୍ଥଳରେ ଚାପା ଉତେଜନା ଦେଖିବାକୁ ମିଳିଛି । ଅନ୍ଯପଟେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.