ହାଇଓ୍ୱା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା, ଜଣେ ମୃତ

ରେଢାଖୋଲ(କେନ୍ଯୁଜ୍): ରେଢ଼ାଖୋଲ ଠାରୁ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିା ଘଟଣାସ୍ଥଳରେ ହାଇଓ୍ୱା ଚାଳକ ମୃତ୍ୟୁବରଣ କରିଛନ୍ତି। ରେଢ଼ାଖୋଲ ପଟୁ ଏକ ଟ୍ରକ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହାଇୱା ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ହାଇଓ୍ୱା ଚାଳକ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଚାରମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ମୃତ୍ୟୁ ହୋଇଥିବା ହାଇୱା ଚାଳକ ଜଣକ ରେଢାଖୋଲ ଥାନା ତ୍ରୀବଣପୁର ଗ୍ରାମର ସରତ ମହାକୁଡ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.