ଗଞ୍ଜାମ ପଥରା ଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ: ଜଣେ ମୃତ, ୬ଆହତ

ଗଞ୍ଜାମ : ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ । ଗଲା ଜଣଙ୍କର ଜୀବନ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ । ଦେଶୀ ମଦ ବିକ୍ରିକୁ ନେଇ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏଥିରେ ଦୁଇ ଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

ମୃତକ ଜଣଙ୍କ ହେଲେ ପିଙ୍କୁ ଦାସ । ଆହତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ଖଲ୍ଲିକୋଟ୍‌ ଥାନା ଅଧିକାରୀ, ଛତ୍ରପୁର ଏସ୍‌ଡିପିଓ ଓ ରମ୍ଭା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.