ଦୀର୍ଘ ୧୧୨ ବର୍ଷ ଧରି ଏହି ସ୍ଥାନରେ ଉଠିନି କୌଣସି ଗଛ, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଆକାଶଗଙ୍ଗାରେ ଉଲକାପିଣ୍ଡ ମାନଙ୍କର ଗତିବିଧି ଏକ ସାଧାରଣ କଥା । କିନ୍ତୁ ଯେବେ ଏହି ଉଲକାପିଣ୍ଡ ପୃଥିବୀ ପୃଷ୍ଠ ସହ ଧକ୍କା ହୁଏ ବା ପୃଥିବୀ ପୃଷ୍ଠରେ ଆସି ପଡେ ନିକଟବର୍ତ୍ତୀ ସ୍ଥାନ ମାନଙ୍କରେ ଏକ ଭୟଙ୍କର କ୍ଷତି ଘଟିଥାଏ । ଯାହାର ଭରଣା ହୁଏତ ଦୀର୍ଘ ବର୍ଷ ପର‌୍ୟ୍ୟନ୍ତ ହୋଇପାରିନଥାଏ । ବିନାଶର ଏପରି ଏକ ପ୍ରଳୟ ୧୧୨ ବର୍ଷ ପୂର୍ବେ ଦେଖା ଦେଇଥିଲା । ସେହି ବର୍ଷ ଏକ ବିଶାଳକାୟ ଉଲକାପିଣ୍ଡ ଭାଙ୍ଗି ରୁଷର ତୁଙ୍ଗୁସ୍କା ଅଂଚଳରେ ପଡିଥିଲା । ମହାକାଶରୁ ଆସିଥିବା ଏହି ଉଲକାପିଣ୍ଡ ସେ ସମୟରେ ପୃଥିବୀ ପୃଷ୍ଠରେ ଗଭୀର କ୍ଷତି ପହଞ୍ଚାଇ ଥିଲା । ଏମିତିକି ଭୂମିର ଅନେକ ଫୁଟ ତଳକୁ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା ଦ ଏହି କାରଣରୁ ହିଁ ଏହି ଅଞ୍ଚଳରୁ ପାଖାପାଖି ୮ କୋଟି ସଂଖ୍ୟକ ଗଛ ମୂଳରୁ ଉପୁଡି ପଡିଥିଲା । ପ୍ରକୃତିର ଏପରି ଏକ ଦୃଶ୍ୟ ସେ ସମୟରେ ଜନସାଧାରଣଙ୍କ ମନରେ ଏକ ଭୟଙ୍କର ଛାପ ସୃଷ୍ଟି କରିଥିଲା ।

tunguska

ରୁଷର ଜୁନିଲନ କ୍ୟାଲେଣ୍ଡର ଅନୁଯାୟୀ, ୧୯୦୮ ମସିହା ଜୁନ ୧୭ ତାରିଖ ସକାଳ ପାଖାପାଖି ୭.୧୭ ମିନିଟ ସମୟରେ ସେଠାକାର ଲୋକେ ସ୍ଥାନୀୟ ଆକାଶରେ ହଠାତ ଏକ ଚମକୁ ଥିବା ପଦାର୍ଥ ଦେଖିବାକୁ ପାଇଥିଲେ । ଯାହା ପୃଥିବୀ ଆଡକୁ ଆସିବା କ୍ଷଣି ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ନିଆଁ ପିଣ୍ଡୁଳା ପୂର୍ବ ଦିଗରୁ ଉତ୍ତର ଦିଗ ଆଡକୁ ଗତି କରିଥିଲା । ଏହାର ଗତି ଓ ଶବ୍ଦ ଅବିକଳ ଏକ ଭୂକମ୍ପ ପରି ଥିଲା । ଏହି କମ୍ପନର ପ୍ରଭାବ ଜର୍ମାନୀ, ଡେ଼ନ୍ମାର୍କ, କ୍ରୋଏସିଆ, ୟୁନାଇଟେଡ଼ କିଙ୍ଗଡମ ପରି ଦେଶ ଗୁଡିକରେ ବି ଦେଖାଦେଇଥିଲା । ସେହି ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ପଏଣ୍ଟ ଥିବା ରେକର୍ଡ ହୋଇଥିଲା । କୁହାଯାଏକି ଏହି ଭୟଙ୍କର ବିସ୍ଫୋଟରୁ ଧୂଳିକଣାର ଏତେ ବଡ ଗୋଳା ଆସିଥିଲା ଯେ, ଯାହା ଏସିଆ ଓ ୟୁରୋପର ଆକାଶକୁ ସମ୍ପୂର୍ଣ୍ଣ ଢାଙ୍କି ଦେଇଥିଲା ।

ଘଟଣା ଘଟିବାର କିଛି ଦିନ ପର‌୍ୟ୍ୟନ୍ତ ଘଟଣା ସ୍ଥଳରେ ସୂର‌୍ୟ୍ୟଙ୍କ ରଶ୍ମି ପଡ଼ିନଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ଯେଉଁ ସ୍ଥାନରେ ଏହି ଉଲକା ପିଣ୍ଡଟି ପଡିଥିଲା ସେହି ସେହି ସ୍ଥାନର ସମସ୍ତ ଗଛ ଉପୁଡି ଯାଇଥିଲା । ଏହାସହ ଏହି ସ୍ଥାନ ସବୁ ଦିନ ପାଇଁ ମରୁଭୂମି ପାଲଟି ଯାଇଥିଲା । ଘଟଣାଟିକୁ ଏତେ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ଆଜି ପର‌୍ୟ୍ୟନ୍ତ ବି ସେହି ସ୍ଥାନରେ ଗୋଟିଏ ବି ଗଛ ଉଠିନାହିଁ । ଉଲକାପିଣ୍ଡ ପ୍ରଭାବରେ ପୃଥିବୀକୁ ଏକ ଗଭୀର କ୍ଷତି ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.