Below header

ଆସନ୍ତା ୧୧ ତାରିଖ ଯାଏ ଭିସୁଟ୍‌ ସଟ୍‌ଡାଉନ, ହେଡ୍‌କ୍ୱାଟର୍ସ ନଛାଡିବା ପାଇଁ କର୍ମଚାରୀଙ୍କୁ ନୋଟିସ୍‌

ସମ୍ବଲପୁର : ବୁର୍ଲା ସ୍ଥିତ ଭିସୁଟ୍‌ ଆସନ୍ତା ୧୧ ତାରିଖ ଯାଏ ସଟ୍‌ଡାଉନ୍‌ । ହେଡ୍‌କ୍ୱାଟର୍ସ ନଛାଡିବା ପାଇଁ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି । ସିଭିଲ୍‌ ଇଞ୍ଜିନିୟରିଂର ଜଣେ ଅଧ୍ୟାପିକା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଆହୁରି କିଛି କର୍ମଚାରୀ ମଧ୍ୟ ପଜିଟିଭ୍‌ ହେବାର ଆଶଙ୍କା ରହିଛି ।

ଏଥିପାଇଁ ଭିସୁଟ୍‌ କୁଳପତି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁଯାଇଛି । ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଭିସୁଟର ରେଜିଷ୍ଟ୍ରାର୍ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.