ଇନଷ୍ଟାଗ୍ରାମର ଗୋଟିଏ ପୋଷ୍ଟରୁ କୋଟି କୋଟି ଟଙ୍କା କମାନ୍ତି ପ୍ରିୟଙ୍କା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆୟ କରୁଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରି ହୋଇଛି। ଗତ ୨୦୧୯ରେ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟିଙ୍କ ମଦ୍ଯରେ ଦୁଇ ଜଣ ଭାରତୀୟ ଷ୍ଟାର ସାମିଲ ହୋଇଛନ୍ତି। ଆଜ୍ଞା ହଁ ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲି ଏହି ଦୁଇଜଣ ଷ୍ଟାର ଭାରତୀୟ ସେଲିବ୍ରିଟି ରହିଛନ୍ତି।

priyanka-chopraHopperhq ୱେବସାଇଟ୍ ଗତବର୍ଷ ଇନଷ୍ଟାଗ୍ରାମରେ ଆୟ କରୁଥିବା ଏହି ଷ୍ଟାରମାନଙ୍କ ଲିଷ୍ଟ ଜାରି କରିଛି, ଯେଉଁଥିରେ ପ୍ରିୟଙ୍କ ଚୋପ୍ରା ୨୮ ତମ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କା ୧୯ତମ ସ୍ଥାନରେ ରହିଥିଲେ, ଯେଉଁଥିରେ ପ୍ରିୟଙ୍କାଙ୍କ ଗୋଟିଏ ପୋଷ୍ଟରେ ପାଖପାଖି ୨.୧୫ କୋଟି ଟଙ୍କା ମିଳିଛି। ସେହିଭଳି ବିରାଟ କୋହଲି ମଧ୍ଯ ତାଙ୍କର ଏକ ପୋଷ୍ଟରେ ପାଖାପାଖି ୨.୨୧ କୋଟି ଟଙ୍କା ଆୟ କରିଛନ୍ତି।

instagramସୂଚନା ମୁତାବକ ଗତବର୍ଷ ମଧ୍ଯ ଏହି ଲିଷ୍ଟରେ କେବଳ ୨ଜଣ ଭାରତୀୟ ସେଲିବ୍ରିଟି ସାମିଲ ଥିଲେ। ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ‘ଫାଷ୍ଟ ଆଣ୍ଡ ଫ୍ଯୁରିୟସ’ ଷ୍ଟାର ଡୱେନ ଜନସନ୍ ଏବଂ ଦ୍ବିତୀୟ ସ୍ଥାନରେ କାଇଲୀ ଜେନର ରହିଛନ୍ତି। ସେହିଭଳି ତ୍ତୀୟ ସ୍ଥାନରେ ଫୁଟବଲ ପ୍ଲେୟାର କ୍ରିଷ୍ଟିୟାନୋ ରୋନାଲ୍ଡ ଏବଂ ଚତୁର୍ଥ ସ୍ଥାନରେ କିମ୍ କାର୍ଦଶିୟନ, ପଞ୍ଚମ ସ୍ଥାନରେ ଏରିୟାନା ଗ୍ରାଡେ, ଷଷ୍ଠ ସ୍ଥାନରେ ସେଲେନା ମୋମେଜ, ସପ୍ତମ ସ୍ଥାନରେ ବିୟାନ୍ସେ ନୋଲ୍ସେ, ଅଷ୍ଟମ ସ୍ଥାନରେ ଜଷ୍ଟିନ ବିବର, ନବମ ସ୍ଥାନରେ ଟେଲର ସ୍ବିଫ୍ଟ ଏବଂଦଶମ ସ୍ଥାନରେ ଫୁଟବଲର୍ ନେୟମାର ଜୁନିୟର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.