ବ୍ରିଜ୍ କାମ ଚାଲିଥିବା ବେଳେ ଅଘଟଣ, ସଟର ତଳେ ଚାପିହୋଇ ଶ୍ରମିକ ମୃତ

ରାୟଗଡା(କେନ୍ୟୁଜ୍) : ବିଜୁ ସେତୁ ଯୋଜନାରେ ନିର୍ମାଣ ବ୍ରିଜ କାମ କରିବା ବେଳେ ଅଘଟଣ। ସଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ।  ମୃତ ଶ୍ରମିକଙ୍କ ନାମ କାସରି ମାଝି । ତାଙ୍କ ଘର କାଶୀପୁର ଅଞ୍ଚଳର ବୋଲି ଜଣାପଡିଛି। ଏହି ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ଘଟଣାଟି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ସଦର ବଡ଼ଦ୍ୱାରସାହି କଲ୍ୟାଣୀ ନଦୀରେ ଘଟିଛି ।

ବର୍ତ୍ତମାନ ସୁଦ୍ଧା ଅନ୍ଯ ଶ୍ରମିକମାନେ ଉଦ୍ଧାର ହୋଇ ପାରିନାହାନ୍ତି। ତେବେ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ସୂଚନା ଥାଉକି, ଏହି ବିଜୁ ସେତୁ ନିର୍ମାଣ କାର୍ଯ୍ଯ  ଗତ ୦୧.୦୧.୨୦୧୯ ଠାରୁ ଚାଲିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.