ଯାଜପୁରରେ ଗୋଟିଏ ଦିନରେ ୧ ଲକ୍ଷ ବୃକ୍ଷ ରୋପଣ

ଯାଜପୁର ଟାଉନ୍ : ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଯାଜପୁରରେ ବ୍ୟାପକ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ଏହି ଅବସରରେ ଯାଜପୁର ଜିଲାପାଳଙ୍କ ଆବାସିକ କାର‌୍ୟ୍ୟାଳୟ ପରିସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ବୃକ୍ଷରୋପଣ କରି ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ବରୀ ବିଧାୟିକା ସୁନନ୍ଦା ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

TREE-1

ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସରକାରୀ ବିଭାଗ ସହିତ ପେଟ୍ରୋଲ ପମ୍ପ, ରିଟେଲର, ବନ୍ଧୁକ ଲାଇସେନ୍ସଧାରୀ, କ୍ରସର ମାଲିକମାନଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶଦିଆଯାଇଛି । ଆଜି ବିଜୁ ଜନତା ଦଳର ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ । ଏହି ଅବସରରେ ଆଜି ଗୋଟିଏ ଦିନରେ ଯାଜପୁର ବ୍ଲକ ଓ ଯାଜପୁର ପୌରାଞ୍ଚଳରେ ୧ ଲକ୍ଷ ଗଛ ଲଗାଯିବା ନେଇ ଲକ୍ଷ୍ୟ ରଖା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.