Below header

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ, ସତ୍ୟତା ନେଇ ସନ୍ଦେହ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି । ତଥାପି ଚର୍ଚ୍ଚା ଥମି ନାହିଁ । ଆଜି ତାଙ୍କ ମୃତଦେହର ଭିଡିଓ ଭାଇରାଲ ହୋଇଛି । ମୃତ୍ୟୁ ପୂର୍ବରୁ ତାଙ୍କ ଆଙ୍ଗୁଠି ହଲୁଥିବା ଏବଂ ସେ ବଞ୍ଚିଥିବା ବେଳେ ତାଙ୍କୁ ଘୋଡ଼ାଇ ଦିଆଯାଉଥିବା ଭିଡିଓରେ ଦେଖା ଯାଉଛି । ତେବେ ଏହି ଭିଡିଓର ସତ୍ୟତାକୁ ନେଇ ସନ୍ଦେହ ରହିଛି ।
ସେପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ଼ କରିବା ପରେ ମୁମ୍ବାଇ ପୋଲିସ୍ ଏବେ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ସମନ୍ କରିଛି । ତାଙ୍କର ବୟାନ୍ ମଧ୍ୟ ରେକର୍ଡ଼ କରାଯିବ । କାରଣ ସେ ସୁଶାନ୍ତଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫାର୍ମର ବିଜନେସ୍ ପାର୍ଟନର ଥିଲେ । ଗତ ବର୍ଷ ସୁଶାନ୍ତ ଓ ରିୟା ଏହି ସଂସ୍ଥାକୁ ମିଳିତ ଭାବେ ପ୍ରତିଷ୍ଠା କରିଥିଲେ ।

rea-2ଅବଶ୍ୟ ପୋଲିସ୍ ଏଯାଏ ଚଳାଇଥିବା ତଦନ୍ତରୁ ସେଭଳି କିଛି ସନ୍ଦେହାସ୍ପଦ କଥା ବାହାରକୁ ଆସିନାହିଁ । ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ବାନ୍ଦ୍ରା ପୋଲିସ୍ ଏପର‌୍ୟ୍ୟନ୍ତ ୨୭ ଜଣଙ୍କ ବୟାନ୍ ରେକର୍ଡ଼ କରି ସାରିଲାଣି ବୋଲି ଡେପୁଟି ପୋଲିସ୍ କମିଶନର ଅଭିଷେକ ତ୍ରିମୁଖେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଘଟଣାର ପ୍ରତ୍ୟେକ ଦିଗକୁ ଯାଞ୍ଚ କରି ପୋଲିସ୍ ତଦନ୍ତ କରୁଛି।
ଗତ ଜୁନ୍ ୧୪ ତାରିଖ ଦିନ ସୁଶାନ୍ତ ନିଜ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ୍‌ରେ ଥାଇ ଏଭଳି କରିଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.