ଏସିଏଫ୍‌ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାକୁ ପୂରିଲା ମାସେ, ଏବେ ବି ରହସ୍ୟ ଉପରୁ ଉଠିନି ପରଦା

ପାରଳାଖେମୁଣ୍ଡି(କେ.ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ଘଟଣାକୁ ପୂରିଲା ମାସେ। ଏବେ ବି ନ୍ୟାୟ ପାଇଁ ଚାହିଁ ରହିଛନ୍ତି ପରିବାର। ତଦନ୍ତ ଗଡିବା ସହ ସସପେନ୍‌ସ ବଢିବାରେ ଲାଗିଛି। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି ଲାଗିଲା ନିଆଁ ? ଏଯାଏ ସେ ରହସ୍ୟ ଉପରୁ ପରଦା ହଟିନି କି ପୋଲିସ କିଛି ସ୍ପଷ୍ଟ କରିନି। ଚାରି ଚାରିଟି ଜିଲ୍ଲାରେ ତଦନ୍ତ କରିଛି ପୋଲିସ, ତଥାପି କାରଣ ଅସ୍ପଷ୍ଟ ରହିଛି। ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ପ୍ରଶ୍ନ ଉଠାଇଲେଣି ।

ଏପଟେ ଗଜପତି ଏସ୍‌ପି କହିଛନ୍ତି, ଟେକ୍ନିକାଲ୍‌ ରିପୋର୍ଟକୁ ଅପେକ୍ଷା ରହିଛି। ଜୁଲାଇ ୧୨ ତାରିଖ ରାତିରେ ପୋଡ଼ି ଯାଇଥିଲେ ପାରଳାଖେମୁଣ୍ଡି ଏସିଏଫ୍‌ । ତାପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାସେ ଭିତରେ ଜଣାପଡିନି କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? ପୋଲିସ ତଦନ୍ତ କେଉଁଠି ପହଞ୍ଚିଛି ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିଛି ଗଜପତି ପୋଲିସ । ଦୁଇ ଦୁଇ ଥର ବିଦ୍ୟାଭାରତୀଙ୍କୁ ଜେରା ହୋଇଛି । ସୌମ୍ୟଙ୍କ ପରିବାର ସହ ମାମଲାରେ ପକ୍ଷଭୁକ୍ତ ଥିବା ଗଜପତି ଡିଏଫଓ, ରୋଷେୟା ଓ ଗୁରାଣ୍ଡି ଥାନା ଆଇଆଇସିଙ୍କୁ ବି ଜେରା ହୋଇଥିଲା । କେବେ ଖୋଲିବ ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ପେଡ଼ି ? ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ଡେଥ୍‌ ମିଷ୍ଟ୍ରି । କେବେ ହଟିବ ପରଦା ଅପେକ୍ଷା କରିଛନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.