Below header

କ୍ରସରରେ କାମ କରୁଥିବା ବେଳେ ଅଘଟଣ: ଜଣେ ଶ୍ରମିକ ମୃତ, ୨ ଗୁରୁତର

କ୍ରସରରେ କାମ କରୁଥିବା ସମୟରେ ଅଘଟଣ। ଜଣେ ଶ୍ରମିକ ମୃତ, ଅନ୍ୟ ୨ଜଣ ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ରାହାଡ଼ପୁରସ୍ଥିତ କ୍ରସରରେ ଘଟିଛି ଏଭଳି ଅଘଟଣ । କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ଯାଜପୁର (କେନ୍ୟୁଜ): କ୍ରସରରେ କାମ କରୁଥିବା ସମୟରେ ଅଘଟଣ। ଜଣେ ଶ୍ରମିକ ମୃତ, ଅନ୍ୟ ୨ଜଣ ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ରାହାଡ଼ପୁରସ୍ଥିତ କ୍ରସରରେ ଘଟିଛି ଏଭଳି ଅଘଟଣ । କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ୨ ଗୁରୁତର ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ରାସ୍ତାରେ ଶବକୁ ଅଟକ ରଖି ରାସ୍ତା ଅବରୋଧ କରାଯାଇଛି । କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ ଧରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଧର୍ମଶାଳା, ଜେନାପୁର ଓ ବଡ଼ଚଣା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତକ ଓ ଆହତ ଶ୍ରମିକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.