କୋଭିଡ୍‌ କଟକଣାର ଖୋଲା ଉଲଂଘନ: ଗଂଜାମ କବିସୂର୍ଯ୍ୟନଗରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହାମାୟୀଙ୍କ ମନ୍ଦିରରେ ରୁଣ୍ଡ ହେଲେ ଶହଶହ ମହିଳା

ଗଂଜାମ : କୋଭିଡ୍‌ କଟକଣାର ଖୋଲା ଉଲଂଘନ । ପୂଜା-ଉପାସନା ପାଳନ ବେଳେ ରୁଣ୍ଡ ହେଲେ ଶହଶହ ସଂଖ୍ୟାରେ ମହିଳା । ଗଂଜାମ କବିସୂର୍ଯ୍ୟନଗରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହାମାୟୀଙ୍କ ମନ୍ଦିରରେ ଶନିବାର ବ୍ରତ ପାଳିବା ପାଇଁ ସମାଗମ ହୋଇଥିଲେ ଶତାଧିକ ମହିଳା ଭକ୍ତ । ଅଧିକାଂଶଙ୍କ ମୁହଁରେ ମାସ୍କ ନଥିଲା ।

ମନ୍ଦିରରୁ ବାହାରି ଯିବାକୁ ପୋଲିସ ତାଗିଦ କରୁଥିଲେ ମଧ୍ୟ କାହାର ଖାତିରି ନଥିବା ଦଖିବାକୁ ମିଳିଥିଲା । ତେବେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବା ବେଳେ ହଠାତ ପୋଲିସ ଓ ପ୍ରଶାସନର ଅଜାଣତରେ କେମିତି ଏତେ ସଂଖ୍ୟକ ମହିଳା ଭକ୍ତ ଏକାଠି ହେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.