ଇଭିଏମ୍‌କୁ ନେଇ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠାଇଲେ ବିରୋଧୀ ଦଳ

ନୂଆଦିଲ୍ଲୀ : ଇଭିଏମ୍‌କୁ ନେଇ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠାଇଲେ ବିରୋଧୀ ଦଳ । ଆଜି ସର୍ବଦଳୀୟ ବୈଠକରେ ବିରୋଧ ପ୍ରକାଶ କରିଥିଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ। ପ୍ରଶ୍ନ ଥିଲା, ଯେତେବେଳେ ବି ଇଭିଏମ୍‌ରେ ତ୍ରୁଟି ଦେଖାଦେଉଛି, ସେତେବେଳେ ହିଁ କାହିଁକି ମେସିନ୍‌ରେ ବିଜେପିକୁ ଭୋଟ ଯାଉଛି। ଏହାସହ ଇଭିଏମ୍‌ ମରମତି କରୁଛି କିଏ? ସଂସ୍ଥାର ନାଁ କଣ ଓ ଠିକଣ କଣ? ଏ ପ୍ରଶ୍ନ ପଚାରିଥିଲେ ବିରୋଧୀ ଦଳ। ଆଜିର ବୈଠକରେ ଯୋଗ ଦେଇଥିଲେ ୭ଟି ଜାତୀୟ ସହ ୫୧ଟି ରାଜ୍ୟର ରାଜନୈତିକ ଦଳ।

ଗତବର୍ଷ ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ହୋଇଥିଲା। ତା ପରଠାରୁ ମାୟାବତୀ ଓ ଆମ୍‌ ଆଦମୀ ପାର୍ଟି ଇଭିଏମ୍‌ ଜାଲିଆତି ଅଭିଯୋଗ ଆଣୁଛନ୍ତି। ବୈଠକ ପରେ କଂଗ୍ରେସ ତରଫରୁ କୁହାଯାଇଛି, ଇଭିଏମ୍‌ ଭୋଟରଙ୍କ ଇଛାର ପ୍ରତିଫଳନ ନୁହେଁ। କିଏ ଇଭିଏମ୍‌ ମରାମତି କରୁଛି ଏବଂ କେତୋଟି ପୁରୁଣା ଇଭିଏମ୍‌ ବ୍ୟବହାର ହେଉଛି, ତାର ତଥ୍ୟ ଦାବି କରିଛି କଂଗ୍ରେସ। ଏହାସହ ଇଭିଏମ୍‌ ଓ ଭିଭିପାଟ୍‌ ଯାଞ୍ଚ ପାଇଁ ଦାବି କରିଛି ଦଳ। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସିଧା ବାଲଟ ବ୍ୟବସ୍ଥାକୁ ଫେରିବାକୁ ଦାବି କରିଛି। ଦଳ କହିଛି ଇଭିଏମ୍‌ ଉପରେ ବିଶ୍ୱାସ ନାହିଁ।

ସେପଟେ ବିଜେଡି କିନ୍ତୁ ଇଭିଏମ୍‌କୁ ବିରୋଧ କରି ନାହିଁ। ନିର୍ବାଚନ କମିଶନ ଯାହା ଚାହିଁବେ ତାକୁ ଦଳ ସ୍ୱାଗତ କରିବ ବୋଲି ବିଜେଡି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.