Below header

ଜମି ବାଡି଼କୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ: ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆନ୍ଦୋଳା ପଞ୍ଚଯାତର ଜୁରାଗଡ଼ିଆ ଗ୍ରାମରେ ଜମି ବାଡି଼କୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ଭୁଜାଲି ଦ୍ୱାରା ମାହିଲାଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଓ ପରେ ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳା ହେଲେ ସେହି ଗ୍ରାମର ସ୍ବର୍ଗତ କରୁଣାକର ପ୍ରଧାନଙ୍କ ସ୍ତ୍ରୀ ଅବନ୍ତି ପ୍ରଧାନ ବୋଲି ଜଣା ପଡିଛି । ଗତ କିଛି ଦିନ ଧରି କରୁଣାକର ପରିବାର ସହିତ ତାଙ୍କ ପଡୋଶୀ ମଧ୍ୟରେ ଜମି ଜମାକୁ ନେଇ ବିବାଦ ଲାଗି ରହିଥିଲା । ସେହି ଜମିଜମକୁ ନେଇ ଗତ ୬ ମାସ ତଳେ କରୁଣାକର ତାଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା ।

ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଅପର ପକ୍ଷର କିଛି ଲୋକ ଜେଲରେ ଥିବା ବେଳେ ଅନ୍ୟକିଛି ଆଜି ସଂଘବଦ୍ଧ ଭାବେ କରୁଣାକଙ୍କ ସ୍ତ୍ରୀ ଅବନ୍ତି ଆଜି ନିଜ ଗୋରୁଙ୍କୁ ବିଲକୁ ଛାଡିବାକୁ ଯାଇଥିବା ବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଆକ୍ରମଣ କରି ଗୁରୁତର ଅବସ୍ଥାରେ ତାଙ୍କୁ ନୟନ ଯୋଡିକୁ ଫୋପାଡ଼ି ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଛନ୍ତି ବୋଲି ଅବନ୍ତିର ଝିଅ କହିଛନ୍ତି। ଅବନ୍ତୀକୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ବାସୁଦେବପୁର ଡାକ୍ତର ଖାନାକୁ ନେଇ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.