ଅର୍ଥ ହେରଫେର ମାମଲା: ଚିଟ୍‌ଫଣ୍ଡ ସଂସ୍ଥାର ୪ ଜଣଙ୍କୁ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ବାଲେଶ୍ବର (କେନ୍ୟୁଜ): ୨୦୧୦ ମସିହା ଶସ୍ତ୍ର ଚିଟଫଣ୍ଡ କମ୍ପାନୀ ଠକେଇ ମାମଲା । ବି. ମଲ୍ଲିକାର୍ଜୁନ ରାଜୁ ଓ ଭି.ସମ୍ପଦଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ। ଉଭୟଙ୍କୁ ୪.୨୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ସଦାଶିବ ନାୟକ, ତପନ ବାରିକଙ୍କୁ ୩ ବର୍ଷ ଜେଲ୍‌। ଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ। ଶସ୍ତ୍ର ଚିଟପଣ୍ଡ କମ୍ପାନୀର board of directorଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ସ୍ୱତନ୍ତ୍ର ଚିଟ୍‌ ଫଣ୍ଡ ଅଦାଲତ। ଆର୍ଥିକ ଠକେଇ ଅଭିଯୋଗରେ ବାରିପଦା ଟାଉନ ଥାନା ରେ ୨୦୧୦ ମସିହାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ବି.ମଲ୍ଲିକାର୍ଜୁନ ରାଜୁ ଯାହାର ଘର ଆନ୍ଧ୍ର ପ୍ରଦେଶର ତିରୁପତି ଓ ଭି ସମ୍ପଦ ଯାହାର ଘର ତାମିଲନାଡୁରେ ।

ଏମାନେ ସଂସ୍ଥାର ସିଏମଡି ଓ ଏମ୍‌ଡି ଥିଲେ । ଉଭୟଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ୪ ଲକ୍ଷ ୨୧ ହଜାର ଟଙ୍କା ଜରିିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଆଉ ଦୁଇ ଅଭିଯୁକ୍ତ ସଦାଶିବ ନାୟକ ଯାହାର ଘର କୁଶୁଡ଼ା ମୟୂରଭଞ୍ଜ ଅଞ୍ଚଳରେ ଓ ତପନ ବାରିକ୍‌ ଯାହାର ଘର ତକତପୁର ମୟୂରଭଞ୍ଜ ଅଞ୍ଚଳରେ। ଉଭୟଙ୍କୁ ୩ ବର୍ଷ କାରାଦଣ୍ଡ ସହ ଉଭୟଙ୍କୁ ୬୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ପାର୍ଥ ସାରଥୀ ଜେନାଙ୍କୁ କୋର୍ଟ ଖଲାସ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.