ବେଆଇନ ଭାବେ କାର୍ଯ୍ୟରୁ ବିରତ ରଖିବାରୁ ଓଏସଆର୍‌ଟିସି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଧାରଣା ନୋଟିସ ଦେଲେ ଓଏସଆର୍‌ଟିସି କର୍ମଚାରୀ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଜଣେ କର୍ମଚାରୀଙ୍କୁ ବେଆଇନ ଭାବେ କାର୍ଯ୍ୟରୁ ବିରତ କରିବା ବିରୋଧରେ ଉକ୍ତ କର୍ମଚାରୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଗତକାଲି ଧାରଣା ନୋଟିସ ଦେଇଥିବା ଜଣାଯାଇଛି । ସେ ତାଙ୍କ ଅଭିଯୋଗ ପତ୍ରରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଜଣାଇଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ସୁଦ୍ଧା ଯଦି ତାଙ୍କୁ କାର୍ଯ୍ୟରେ ପୁନଃସ୍ଥାପିତ ନ କରନ୍ତି, ତେବେ ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ବାଧ୍ୟ ହେବେ ।

ଅଭିଯୋଗରୁ ଜଣାଯାଇଛି, ଥବିର ପଣ୍ଡା ଓଏସଆର୍‌ଟିସି ପଦ୍ମପୁର ଜୋନ୍‌ ରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ । ହେଲେ ତାଙ୍କୁ ଗତ ୪ ବର୍ଷ ହେବ କୌଣସି କାରଣ ନ ଦର୍ଶାଇ ମୌଖିକ ଭାବେ କାର୍ଯ୍ୟରୁ ବିରତ କରିଛନ୍ତି । ଫଳରେ ତାଙ୍କ ପରିବାର ଦୁଃଖ ଦୁର୍ଦ୍ଦଶାରେ କାଳ ତିପାତ କରୁଛନ୍ତି । ଚାକିରିକୁ ଅପେକ୍ଷା କରି କରି ସେ ହତାଶ ହୋଇ ପଡିଛନ୍ତି । ଯଦି ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ତାଙ୍କୁ ଆସନ୍ତା ୫. ୯. ୨୦୨୨ ମଧ୍ୟରେ ପୁନଃସ୍ଥାପିତ କରାନଯାଏ, ତେବେ ସେ ବାଧ୍ୟ ହୋଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ୨୪ ଅଗଷ୍ଟ ୨୦୨୨ରେ ଡାକ ଯୋଗେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଜଣାଇଛନ୍ତି ।

strike notice

ଏହାର ଏକକିତା ନକଲ ଡେପୁଟି କମିଶନର ଭୁବନେଶ୍ୱର,କଟକ, କ୍ୟାପିଟାଲ ପୋଲିସ ଷ୍ଟେସନ, ଭୁବନେଶ୍ୱର, ଲେବର କମିଶନର,ଓଡ଼ିଶା,ଜିଲ୍ଲାପାଳ ଖୋର୍ଦ୍ଧା, ବାର ଆସୋସିଏସନ ପଦ୍ମପୁର, ମରଚ୍ୟାଣ୍ଟ ଆସୋସିଏସନ ପଦ୍ମପୁର, ସିଟିଜେନ କମିଟି ପଦ୍ମପୁରଙ୍କୁ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.