OSSC ସଦସ୍ୟଙ୍କ କୋଟିପତି ପିଏସଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍, ସବୁ ସମ୍ପତ୍ତିର ତଦନ୍ତ କରିବ ଟିମ୍

କେନ୍ଯୁଜ (ବ୍ଯୁରୋ) : OSSC ସଦସ୍ୟଙ୍କ କୋଟିପତି ପିଏସଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍ । ଜାମିନ ନାମଞ୍ଜୁର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ବିରଞ୍ଚି ନାରାୟଣ ସାହୁ । ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗତକାଲି ବାନ୍ଧିଥିଲା ଭିଜିଲାନ୍ସ ।
ଆୟ ଠାରୁ ୨୬୮ ଗୁଣ ଅଧିକ ସଂପତ୍ତି ଠାବ ହୋଇଛି । ୧୪ଟି ସ୍ଥାନରେ ଅଛି ପ୍ଲଟ୍ । ଘରେ ଥିଲା ପାଖାପାଖି ଦେଢ଼ କିଲୋ ସୁନା ଗହଣା । ତାଙ୍କ କଂପ୍ୟୁଟର ହାର୍ଡଡିସ୍କ ଜବତ ହୋଇଥିବା ବେଳେ ଏଥିରୁ ଆଉ କିଛି ତଥ୍ୟ ତଦନ୍ତକାରୀ ଟିମକୁ ମିଳିପାରେ । ବିରଞ୍ଚି ନାରାୟଣ ସାହୁ କେମିତି ଏତେ ସମ୍ପତ୍ତିର ମାଲିକ ହେଲେ ? କେଉଁ ସୂତ୍ରରୁ ଠୁଳ କରିଥିଲେ ଅମାପ ସମ୍ପତ୍ତି ? ଏଥିରେ ଆଉ କିଛି ବଡ଼ ମୁଣ୍ଡ ସାମିଲ ଅଛନ୍ତି କି ? ଏସବୁର ସମ୍ପୂର୍ଣ୍ଣ ତଦନ୍ତ କରିବ ଟିମ୍ ।