ସମ୍ବଲପୁର : ଓଟିଇଟି, ଓଏସଟିଇଟି ପରୀକ୍ଷାରୁ ବଞ୍ଚିତ ପ୍ରତିବାଦରେ ଶୋଭାଯାତ୍ରା

ସମ୍ବଲପୁର (କେନ୍ଯୁଜ୍) : ଓଟିଇଟି, ଓଏସଟିଇଟି ପରୀକ୍ଷାରୁ ବଞ୍ଚିତ ପ୍ରତିବାଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଇଡି ଓ ଏମଇଡି ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଭୁବନେଶ୍ୱର ଲୋକସେବା ଭବନକୁ ପଦଯାତ୍ରାରେ ବାହାରିଛନ୍ତି ୧୦୦ରୁ ଅଧିକ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ ମାନେ ରାଜ୍ୟ ସରାକାରଙ୍କ ଓଟିଇଟି, ଓଏସଟିଇଟିରେ ଆବେଦନ କରିନପାରିଥିବାରୁ ନ୍ୟାୟ ପାଇଁ ଏମାନେ ଅହିଂସା ପଦଯାତ୍ରାରେ ବାହାରିଛନ୍ତି । ପୂର୍ବରୁ ଏ ନେଇ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ, ଗଣଶିକ୍ଷାମନ୍ତ୍ରୀ ତଥା ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ଏଭଳି ପଦଯାତ୍ରା କରିଥିବା ଛାତ୍ରଛାତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.