ଓଟିପି ସେୟାରିଂ ମାମଲା: STF ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ

ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ। ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ଟଙ୍କା। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା।

ଭୁବନେଶ୍ବର (କେନ୍ୟୁଜ): ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ। ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ଟଙ୍କା। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା। ଓଟିପି ସେୟାରିଂ ମାମଲାରେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଉଗାରିଛି ଅଭିଯୁକ୍ତ ଇକବାଲ ।

ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମଧ୍ୟ ସୁରାକ ମିଳିଛି। ଏହାସହ STF ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ। ଦିନକୁ ୧୦ ଥରରୁ ଉର୍ଦ୍ଧ ପାକିସ୍ତାନକୁ କଲ କରୁଥିଲା ଅଭିଯୁକ୍ତ। କଲ କରିବା ପାଇଁ ପ୍ରତିଦିନ ଫୋନ୍ ଓ ସିମ୍ ବଦଳାଉଥିଲା ଇକବାଲ। ଇକବାଲ ହୁସେନ ଘର ଆସମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା। ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କ ନେଇ ମଧ୍ୟ ସନ୍ଦେହ ବଢିଛି। ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଅନ୍ୟତ୍ର ଫେରାର ହୋଇଯାଇଥିଲା ଇକବାଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.