Below header

ଆସିଲା ‘ଥାଲାଇଭର ୧୭୦’ର ପୋଷ୍ଟର, ୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ ଓ ରଜନୀକାନ୍ତ

୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକାସହିତ ଫିଲ୍ମ ‘ଥାଲାଇଭର ୧୭୦’ ନଜର ଆସିବା ପାଇଁ ଯାଉଛନ୍ତି । ଏହାର ଫିଲ୍ମ ମେକର୍ସ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଯାହାକୁ ଦେଖି ଏହି ଦୁଇ ସୁପରଷ୍ଟାରଙ୍କ ଫ୍ୟାନ୍ସ ବହୁତ ଖୁସି ପ୍ରକାଶ କରିଛନ୍ତି ।

ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଓ ସାଉଥ୍‌ର ଲୋକପ୍ରିୟ କଳାକାର ରଜନୀକାନ୍ତ, ଦୁଇ ଜଣ ଫିଲ୍ମ ଜଗତର ଏପରି ଅଭିନେତା ଯାହାଙ୍କ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ସୂଚନା ମୁତାବକ, ଏବେ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକାସହିତ ଫିଲ୍ମ ‘ଥାଲାଇଭର ୧୭୦’ ନଜର ଆସିବା ପାଇଁ ଯାଉଛନ୍ତି । ଏହାର ଫିଲ୍ମ ମେକର୍ସ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଯାହାକୁ ଦେଖି ଏହି ଦୁଇ ସୁପରଷ୍ଟାରଙ୍କ ଫ୍ୟାନ୍ସ ବହୁତ ଖୁସି ପ୍ରକାଶ କରିଛନ୍ତି ।

୮୦ ଦଶକରେ ଫ୍ୟାନ୍ସଙ୍କୁ ଅନେକ ଫିଲ୍ମ ମାନଙ୍କରେ ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଯୋଡି ଦେଖିବାକୁ ମିଳିଥିଲା । ହେଲେ ଦୀର୍ଘ ସମୟ ଧରି ଏହି ଦୁଇ ଜଣଙ୍କ ଯୋଡି କୌଣସି ବି ଫିଲ୍ମରେ ନଜର ଆସି ନାହାନ୍ତି । କିନ୍ତୁ ଏବେ ଦର୍ଶକମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି ।

Lyca ପ୍ରଡକ୍ସନ ହାଉସ୍‌ ନିଜ ଟ୍ଵିଟର ଆକାଉଣ୍ଟରେ ଫିଲ୍ମ ‘ଥାଲାଇଭର ୧୭୦’ ନେଇ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେୟାର କରାଯାଇଛି । ଯେଉଁ ଥିରେ ବିଗ୍‌ ବି ଓ ରଜନୀକାନ୍ତ ଏକାଠି ଦେଖିକୁ ମିଳିଛନ୍ତି ଏବଂ ସେଥିରେ ଅପକମିଂ ଫିଲ୍ମର ଟାଇଟେଲ ମଧ୍ୟ ଲେଖା ହୋଇଛି ।

ଶେଷଥର ପାଇଁ ରଜନୀକାନ୍ତ ଓ ଅମିତାଭ ବଚ୍ଚନ ୧୯୯୧ରେ ଫିଲ୍ମ ‘ହମ୍’ରେ ଏକାସହିତ ନଜର ଆସିଥିଲେ । ଏହି ଫିଲ୍ମ ପୂର୍ବରୁ ଦୁଇ ଜଣ ସୁପରଷ୍ଟାର ଫିଲ୍ମ ‘ଅନ୍ଧା କାନୁନ’ ଏବଂ ‘ଗିରଫତାର’ରେ ସ୍କ୍ରିନ୍‌ ସେୟାର କରିଥିଲେ । ତେବେ ଏହି ଦୁଇ ଜଣଙ୍କୁ ପୁଣି ଏକା ସହିତ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.