ଅପେକ୍ଷାରେ ଫ୍ୟାନ୍ସ, ଫିଲ୍ମ ‘ଡଙ୍କିରେ’ ‘ଏଲିୟନ’ ଭୂମିକାରେ ନଜର ଆସିପାରନ୍ତି ଶାହାରୁଖ ଖାନ

କିଙ୍ଗ ଖାନଙ୍କ 'ଯବାନ' ଫିଲ୍ମ ଟି ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ଉତ୍ସାହାର ସହ ଅପେକ୍ଷ୍ୟ କରିଛନ୍ତି । ହୁଏତ ଶାହାରୁଖ ଖାନ ଏହି ଫିଲ୍ମରେ ‘ଏଲିଏନ୍‌’ ଏଲିମେଣ୍ଟା ଭୂମିକାରେ ନଜର ଆସିପାରନ୍ତି।

ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ଲାଇଫ୍‌ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିଙ୍ଗ ଖାନଙ୍କ ଫିଲ୍ମ ‘ଯବାନ’ ଦେଖିବା ପାଇଁ ନେଇ ଏବେ ମଧ୍ୟ ଲୋକଙ୍କ ଭିତରେ କ୍ରେଜ୍‌ ରହିଛି । ଫିଲ୍ମଟି ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ଶାହାରୁଖ ଖାନ ଏହି ଫିଲ୍ମରେ ୭ଟି ରୂପରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ପ୍ରତ୍ୟେକ ଟି ଲୁକ୍‌ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏବେ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ଉତ୍ସାହାର ସହ ଅପେକ୍ଷ୍ୟ କରିଛନ୍ତି । ହୁଏତ ଶାହାରୁଖ ଖାନ ଏହି ଫିଲ୍ମରେ ‘ଏଲିଏନ୍‌’ ଏଲିମେଣ୍ଟା ଭୂମିକାରେ ନଜର ଆସିପାରନ୍ତି।

କିଙ୍ଗ ଖାନଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ରାଜକୁମାର ହିରାନି ନିର୍ଦ୍ଦେଶନା ଦେଉଛନ୍ତି । ରାଜକୁମାର ହିରାନି ବଲିଉଡରେ ଅନେକ ଫିଲ୍ମ ତିଆରି କରିଛନ୍ତି। ଯେପରି ‘ ମୁନାଭାଇ ଏମ୍‌ବିବିଏସ୍‌’, ‘ଲାଗେ ରହେ ମୁନାଭାଇ’, ୩ ଇଡିଅଟ୍ସ’ ଏବଂ ପି.କେ ଏହି ସବୁ ଫିଲ୍ମକୁ ସେ କିଛି ଭିନ୍ନ ଭାବେ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି । ତେବେ ଏଥିରୁ ଜଣାପଡୁଛି ଯେ ‘ଡଙ୍କି’ରେ ମଧ୍ୟ ଶାହାରୁଖ ଖାନ ଏଲିଏନ୍‌ ଭୂମିକାରେ ନଜର ଆସିପାରନ୍ତି ।

ସୂଚନା ମୁତାବକ, ଫିଲ୍ମ ‘ଡଙ୍କି’ର କାହାଣୀ ଭାରତରୁ ଇଲିଗଲ ଇମିଗ୍ରେସନ୍‌ କରୁଥିବା ଲୋକଙ୍କ ଉପରେ ଆଧାରିତ ହୋଇଥାଇପାରେ । ଇଲିଗଲ୍‌ ଭାବେ ବିଦେଶରେ ପହଞ୍ଚାଉଥିବା ପ୍ରକ୍ରିୟାକୁ ‘ଡଙ୍କି ଫ୍ଲାଇଟ୍‌’ କୁହାଯାଏ । ଫିଲ୍ମର ଷ୍ଟୋରିଟି ଏହି ପ୍ରକ୍ରିୟାକୁ ଅଟକାଇବାକୁ ନେଇ ହୋଇପାରେ । ତେବେ ଏହା ମଧ୍ୟ ହୋଇପାରେ ଯେ ରାଜକୁମାର ହିରାନି ନିଜ ସିଗ୍ନେଚର ଷ୍ଟାଇଲ୍‌ରେ ଫିଲ୍ମଟିର ମୁଖ୍ୟ ଭୂମିକାକୁ ‘ଏଲିୟନ’ ଏଲିମେଣ୍ଟ ଭାବେ ତିଆରି କରି ପାରନ୍ତି । ତେବେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ଯେ ଶାହାରୁଖ ଖାନ ଏହି ଫିଲ୍ମରେ କିପରି ଭାବେ ନଜର ଆସିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.