ଓୟୁଏଟିରେ ଛାତ୍ର ଅଶାନ୍ତି, ଅନଲାଇନ୍‌ ପରୀକ୍ଷା ଦାବିରେ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେ.ନ୍ୟୁଜ): ଓୟୁଏଟିରେ ଛାତ୍ର ଅଶାନ୍ତି । ଅନଲାଇନ୍‌ ପରୀକ୍ଷା ଦାବିରେ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଗତ କିଛିଦିନ ତଳେ ଓୟୁଏଟିରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ତେଣୁ ସଂକ୍ରମଣ ଭୟ ସାଙ୍ଗକୁ କରୋନା ବ୍ୟାପିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଅନଲାଇନ ପରୀକ୍ଷା କରିବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ଅନଲାଇନ ପରୀକ୍ଷା ନହେଲେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.