କୋରାପୁଟର ୨ଟି ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ,ମାଫିଆ ଫେରାର

କୋରାପୁଟ(କେନ୍ୟୁଜ୍):  ଦେଢ କୋଟିର ଗଞ୍ଜେଇ । କୋରାପୁଟର ୨ଟି ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ ହୋଇଛି। କୋରାପୁଟ-ମାଲକାନଗିରିରୁ ୧୩କ୍ୱିଣ୍ଟାଲ ଗଞ୍ଜେଇ ସହ ମିନିଟ୍ରକ୍‌ ଜବତ ହୋଇଛି । କୋରାପୁଟ-ମାଲକାନଗିରି ସୀମା ହନୁମାଳରୁ ୮ କୁଇଣ୍ଟାଲ ୧୨ କେଜି ଗଞ୍ଜେଇ ଜବତ ହୋଇଛି ।

ସେହିପରି ପାଢୁଆ ଥାନା ବଡ ଦେବତା ଛକ ନିକଟରେ ଏକ ଭ୍ୟାନରୁ ୫୨୫ କେଜି ଗଞ୍ଜେଇ ଜବତ କରାଯାଇଛି । ଚଢାଉ ବେଳେ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛି । ଏଠାରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ତେବେ ଫେରାର ଅଭିଯୁକ୍ତକୁ ଗିରଫ ପାଇଁ ତନାଘନା ଜାରି ରହିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.