Below header

ସୋନୁ ସୁଦ ପୂରା ଗାଁର ଝିଅଙ୍କୁ ସାଇକେଲ ଦେବାକୁ କଲେ ଘୋଷଣା, କହିଲେ, ‘ସାଇକେଲ ପହଞ୍ଚୁଛି, ବାସ ଚା’ କପେ ରଖିଥାଅ’

ଲକଡାଉନ ପରଠାରୁ ବଲିଉଡ ଅଭିନେତା ସୋନୁ ସୁଦ ଲଗାତାର ଭାବେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସୋନୁ ଏକ ଗାଁର ସମସ୍ତ ଝିଅଙ୍କୁ ସାଇକେଲ ଦେବାକୁ ଘୋଷଣା କରିଛନ୍ତି।

ସୂଚନାଥାଉ କି, ‘ସନ୍ତୋଷ ଚୌହାନ ନାମକ ଟୁଇଟର ୟୁଜର ଟୁଇଟ କରି ଲେଖିଥିଲେ, ତାଙ୍କ ଗାଁରେ ୩୫ଜଣ ଝିଅ ଅଛନ୍ତି, ଯେଉଁମାନେ ପଢ଼ିବା ପାଇଁ ୮ରୁ ୧୫ କିମି ଜଙ୍ଗଲ ରାସ୍ତା ଦେଇ ଯାଇଥାନ୍ତି। ମାତ୍ର କିଛି ଜଣଙ୍କ ପାଖରେ ସାଇକେଲ ଅଛି। ଏହା ନକ୍ସଲ ପ୍ରଭାବିତ ରାସ୍ତା। ଭୟ ଯୋଗୁ ସେମାନଙ୍କ ପରିବାର ସେମାନଙ୍କୁ ଆଗକୁ ପଢ଼ିବାକୁ ଆଉ ଦେବେନାହିଁ। ଯଦି ଆପଣ ଏ ସମସ୍ତଙ୍କୁ ସାଇକେଲ ଦେଇପାରିବେ, ତା’ହେଲେ ସମସ୍ତଙ୍କ ଭବିଷ୍ୟତ ସୁଧୁରିଯିବ’।

ଏହି ଟୁଇଟ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ସୋନୁ ସୁଦ ଲେଖିଥିଲେ, ‘ଗାଁର ସବୁ ଝିଅଙ୍କ ପାଖରେ ସାଇକେଲ ଥିବ ଏବଂ ସବୁ ଝିଅ ପାଠ ପଢ଼ିବେ। ପରିବାର ଲୋକଙ୍କୁ କହିଦେବ। ସାଇକେଲ ପହଞ୍ଚୁଛି, ବାସ ଚା’ କରି ରଖିଥିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.