ଘୋଷଣା ହେଲା ପଦ୍ମ ପୁରସ୍କାର ୨୦୨୪, ଓଡ଼ିଶାରୁ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ବିନୋଦ ପଶାୟତ ଓ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନ

ଘୋଷଣା ହେଲା ପଦ୍ମ ପୁରସ୍କାର ୨୦୨୪। ଓଡ଼ିଶାରୁ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ବିନୋଦ ପଶାୟତ, ଭାଗବତ ପ୍ରଧାନ ପ୍ରମୁଖ ୪ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଘୋଷଣା ହେଲା ପଦ୍ମ ପୁରସ୍କାର ୨୦୨୪। ଓଡ଼ିଶାରୁ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ବିନୋଦ ପଶାୟତ, ଭାଗବତ ପ୍ରଧାନ ପ୍ରମୁଖ ୪ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ। ୧୦୫ ବର୍ଷର ଗୋପୀନାଥ, ପରମ୍ପରାକୁ ବଜାୟ ରଖିବା ସହ କୃଷ୍ଣଲୀଳାର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପାରମ୍ପରିକ ଶୈଳୀ ଓ ନୂଆ ପଦ୍ଧତି ବ୍ୟବହାର କରି କୃଷ୍ଣଲୀଳାକୁ ନୂଆ ଜୀବନ ଦେଇଥିଲେ ଏବଂ ବର୍ତ୍ତମାନ ସହ ପ୍ରାଚୀନକୁ ଯୋଡିଥିଲେ। ୫ଟି ପୁରାତନ ରାଗରେ ଗାୟନ କରିବା ସହ ପ୍ରଶିକ୍ଷଣ ଦେଉଛନ୍ତି।

Bhagabat
bhagabat pradhan

ସେ ଆଖଡ଼ା ପ୍ରତିଷ୍ଠା କରି ଶହଶହ ଜଣଙ୍କୁ ପ୍ରଶିକ୍ଷିତ କରିଛନ୍ତି। ବୟସ ଅଧିକ ସତ୍ବେ ସେ ନିଆର କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରିଛନ୍ତି। କୃଷ୍ଣଲୀଳା କଳାକାରଙ୍କ ପରିବାରରେ ଜନ୍ମ ଗୋପୀନମାଥ ମାତ୍ର ୫ ବର୍ଷ ବୟସରୁ ସେ କୃଷ୍ଣଲୀଳା ପରିବେଷଣ ଆରମ୍ଭ କରିଥିଲେ। ପ୍ରାୟ ୨୦ ବର୍ଷ ହେଲା ସେ ଆମିଷ ଛାଡ଼ି ନିରାମିଷ ଖାଦ୍ୟକୁ ମୁଖ୍ୟ ଆହାର କରିଛନ୍ତି । ଏବେ ବି ସେ କୃଷ୍ଣଲୀଳା ନାଟକରେ ୧୨ ଘଣ୍ଟା ଧରି ଗୀତ ଗାଇପାରୁଛନ୍ତି । ଏଥିପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ସମେତ ବିଭିନ୍ନ ସଂଗଠନକୁ ବହୁବାର ସମ୍ମାନିତ ହୋଇଛନ୍ତି ।

Gopinath swain
Gopinath swain

ଲୋକ ନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନ। ଶବ୍ଦ ନୃତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ବରଗଡ଼ର ଭାଗବତ ପ୍ରଧାନଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଗତ ୫ ଦଶନ୍ଧି ଧରି ଶଦ୍ଦ ନୃତ୍ୟରେ ସାଧନା କରିଆସିଛନ୍ତି ଭାଗବତ ପ୍ରଧାନ । ଶଦ୍ଦ ନୃତ୍ୟକୁ ମହାଦେବଙ୍କ ନୃତ୍ୟ ଭାବେ ବିବେଚନା କରାଯାଇଥାଏ । ନିଜ ଜୀବନ କାଳରେ ଶଦ୍ଦ ନୃତ୍ୟ ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରିବା ସହ ୬ ଶହରୁ ଉର୍ଦ୍ଧ୍ବ ନର୍ତ୍ତକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ୧୯୬୦ ଦଶକରେ ଜଣେ ନିମ୍ନ ପ୍ରାଥମିକ ସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଆର୍ଥିକ ସମସ୍ୟାରେ ଗତି କରି ମଧ୍ୟ ନୃତ୍ୟ ପ୍ରତି ତାଙ୍କର ସାଧନାରୁ କେବେ ଓହରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.