Below header

କଟକରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା : ୮୦ ହଜାର ଟଙ୍କା ଫାଇନ ସହ ସିଲ ହେଲା ହୋଟେଲ

କଟକ ଲିଙ୍କ ରୋଡ଼ ଅଞ୍ଚଳର ହୋଟେଲ "ପଦ୍ମଜା ପ୍ରାଇଡ଼" ଉପରେ କାର୍ଯ୍ୟାନୁଷ୍ଠାନ। ୮୦ ହଜାର ଟଙ୍କା ଫାଇନ ସହ ହୋଟେଲ ସିଲ କଲା କଟକ ମହାନଗର ନିଗମ। ଟ୍ରେଡ଼ ଲାଇସେନ୍ସ ବିନା ଚାଲିଥିଲା ହୋଟେଲ। ୟୁଜର୍ସ ଫି ମଧ୍ୟ ଦାଖଲ କରାଯାଉ ନ ଥିଲା।

କଟକ (କେନ୍ୟୁଜ): କଟକ ଲିଙ୍କ ରୋଡ଼ ଅଞ୍ଚଳର ହୋଟେଲ “ପଦ୍ମଜା ପ୍ରାଇଡ଼” ଉପରେ କାର୍ଯ୍ୟାନୁଷ୍ଠାନ। ୮୦ ହଜାର ଟଙ୍କା ଫାଇନ ସହ ହୋଟେଲ ସିଲ କଲା କଟକ ମହାନଗର ନିଗମ। ଟ୍ରେଡ଼ ଲାଇସେନ୍ସ ବିନା ଚାଲିଥିଲା ହୋଟେଲ। ୟୁଜର୍ସ ଫି ମଧ୍ୟ ଦାଖଲ କରାଯାଉ ନ ଥିଲା। ଏନେଇ ହୋଟେଲର ରେଷ୍ଟୁରାଣ୍ଟ ଟିକୁ ସିଲ କଲା ସିଏମ୍ ସି। ରୁମ ବୁକ କରିଥିବା ଗ୍ରାହକ ମାନଙ୍କୁ ୪୮ ଘଣ୍ଟା ଭିତରେ ହୋଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ହେବା ପରେ ସମ୍ପୂର୍ଣ୍ଣ ହୋଟେଲକୁ ସିଲ କରିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।

ଏନଫୋର୍ସ ମେଣ୍ଟ ସ୍ୱାଡ, ହେଲଥ ଟିମ, ପ୍ଲାନିଂ ଟିମ ଏବଂ ଲାଇସେନ୍ସ ଟିମର ମିଳିତ ଯାଞ୍ଚରେ ଗତକାଲି ଚଢ଼ାଉ କରିଛି ସିଏମସି। ଆଗକୁ ସହରର ବିଭିନ୍ନ ହୋଟେଲର ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ଏହି ହୋଟେଲରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ରୁମ୍ ଖୋଲା ଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର୍ ରୁମରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ମଧୁପାଟଣା ଥାନା ପୋଲିସ ହୋଟେଲର ମ୍ୟାନେଜରକୁ ଗିରଫ କ ରିକୋର୍ଟ ଚାଲାଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.