ମୋଦିଙ୍କ ପରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ, ହ୍ଵାଟସଆପରେ ଆସିଲା ମେସେଜ

ରାଜନେତାଙ୍କୁ ହତ୍ୟା ଧମକ । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ବେଳେ ଏବେ ଯୋଗୀଙ୍କୁ ମାରିଦେବାକୁ ହତ୍ୟା ଧମକ ମିଳିଛି। ହ୍ଵାଟସଆପରେ ଆସିଛି ମେସେଜ । ଏହାକୁ ନେଇ ଥାନାରେ ମାମଲା ଦାଏର ହୋଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ୧୨୨ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଖବର ମିଳିଛି । ମେସେଜରେ ଲେଖାଯାଇଛି କି ‘ମୁଁ ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବି। ଏହି ଖବର ମିଳିବା ପରେ ହଡକମ୍ପ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ସତର୍କ ରହିଛି । ତେବେ ଯୋଗୀଙ୍କୁ ଧମକ ମିଳିବା ପରେ ସୁଶାନ୍ତ ଗଲ୍ଫ ସିଟି ଥାନା ଅଞ୍ଚଳରେ ଅଜଣା ଲୋକ ବିରୋଧରେ କେସ୍‌ ଦାଏର କରାଯାଇଛି । ପୋଲିସ ଆଇପିସି ଧାରା ୫୦୬,୫୦୭ ଏବଂ ଆଇଟି ଆକ୍ଟ ୬୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

ଖବର ମୁତାବକ, ୨୩ ଏପ୍ରିଲ ରାତିରେ ୧୧୨ ନମ୍ବରର ହ୍ଵାଟସଆପ୍‌ ନମ୍ବରକୁ ଏକ ମେସେଜ ଆସିଥିଲା। ଏହି ମେସେଜକୁ କମ୍ୟୁନିକେସନ ଅଧିକାରୀ ଶିଖା ଅଓ୍ଵସ୍ତୀ ଉଠାଇଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମାରିବାକୁ ଧମକ ଦିଆଯାଇଥିଲା । ଏହାପରେ ଅଧିକାରୀ ଜଣକ ମେସେଜର ସ୍କ୍ରିନ ସଟ୍‌ ନେଇ ଉପରସ୍ଥ ଅଧିକାରୀଙ୍କୁ ଏହା ବିଷୟରେ ଜଣାଇଥିଲେ । ତେବେ ଧମକ ଦେଇଥିବା ବ୍ୟକ୍ତି ଜଣକ କିଏ ତାହାର ତଦନ୍ତ କରୁଛି ପୋଲିସ ।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଯୋଗୀଙ୍କୁ ଅନେକ ଥର ଧମକ ମିଳିଛି । ଗୋଟେ ସପ୍ତାହ ପୂର୍ବରୁ ଯୋଗୀଙ୍କୁ ଫେସବୁକ ଜରିଆରେ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏହା ଫେସବୁକ ପୋଷ୍ଟ ବାଗପତର ଅମନ ରାଜା ପ୍ରୋଫାଇଲରୁ ସେୟାର କରାଯାଇଥିଲା ।

ଚଳିତମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଗଣମାଧ୍ୟମ ସଂସ୍ଥା ଜରିଆରେ ହତ୍ୟା ଧମକ ମିଳିଥିଲା। ଏହି ଧମକ ମିଳିବା ପରେ ନୋଏଡ଼ା ପୋଲିସ୍ ଜଣେ ୧୬ ବର୍ଷୀୟ ସ୍କୁଲ୍ ଛାତ୍ରଙ୍କୁ ଗିରଫ କରିଥିଲା।

ଗତ ଦୁଇଦିନ ତଳେ ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ କରି ମାରିବାକୁ ଧମକ ମିଳିଥିଲା। ମୋଦିଙ୍କ କେରଳ ଗସ୍ତ ପୂର୍ବରୁ ଏହି ଧମକ ମିଳିଥିଲା । ତେବେ ପୋଲିସ କେରଳରୁ ଧମକ ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.