ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲରୁ କରାଗଲା ଡିସଚାର୍ଜ, ସ୍ୱାସ୍ଥ୍ୟାବସ୍ଥାରେ ଆସିଛି ସୁଧାର

କଟକ(କେନ୍ୟୁଜ୍): ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ତାଙ୍କୁ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଗତ ୨୫ ତାରିଖରେ ଅଧିକ ଚିକିତ୍ସା ପାଇଁ ଜୟପୁରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲ କଲେଜରେ ଚାରି ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିଲା ।

ଯେଉଁଥିରେ ମେଡିସିନ,ପଲ୍ୟୁମନାରୀ ମେଡିସିନ ଓ ନେଫ୍ରୋଲୋଜି ବିଭାଗର ପ୍ରମୁଖ ଡାକ୍ତର ଏହି ଟିମରେ ଅଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ସବୁ ଆସିଛି । ରିପୋର୍ଟରେ ସବୁ ନର୍ମାଲ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ  ଡିସଚାର୍ଜ କରାଯାଇଛି ବୋଲି ଏସସିବି ମେଡିକାଲ କଲେଜର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.