ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ବାଲୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା। ଏଥିରେ ଚତୁର୍ଦ୍ଧା ମୂର୍ତ୍ତଙ୍କର କଳାକୃତି ସହିତ ପରିକ୍ରମା ମାର୍ଗର ନିଖୁଣ ପ୍ରତିକୃତି ନିର୍ମାଣ କରିଛନ୍ତି।

ପୁରୀ (କେନ୍ୟୁଜ): ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା। ଏଥିରେ ଚତୁର୍ଦ୍ଧା ମୂର୍ତ୍ତଙ୍କର କଳାକୃତି ସହିତ ପରିକ୍ରମା ମାର୍ଗର ନିଖୁଣ ପ୍ରତିକୃତି ନିର୍ମାଣ କରିଛନ୍ତି। ବାଲିରେ ପ୍ରସ୍ତୁତ ଏହି ପରିକ୍ରମା ମାର୍ଗରେ ବିଭିନ୍ନ ମଠ ଓ ମନ୍ଦିରର କୃତି ପ୍ରଦର୍ଶିତ କରିଛନ୍ତି। କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ଆକର୍ଷଣୀୟ କଳାକୃତି ସହ ଅରୁଣସ୍ତମ୍ବର ନିଖୁଣ ପ୍ରତିକୃତି ଗଢିଛନ୍ତି ସୁଦର୍ଶନ। ତେବେ ଶ୍ରୀମନ୍ଦିର ନିର୍ମାଣ ହେବା ଆମେ ଦେଖିନାହୁଁ ମାତ୍ର ଏହା ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ।

ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି। ପୂର୍ବରୁ ଭକ୍ତ ମାନେ ଅନେକ ଅସୁବିଧା ଭୋଗ କରୁଥିଲେ। ଏହି ପ୍ରୋଜେକ୍ଟ ହେବା ଦ୍ୱାରା ଆମେ ସମସ୍ତେ ଉପକୃତ ହୋଇପାରିବା। ସାରା ବିଶ୍ବବି ଏଭଳି କାର୍ଯ୍ଯକ୍ରମକୁ ଚାହିଁ ବସିଛନ୍ତି। ଏଣୁ ବାଲିରେ ବାଲୁକାଶିଳ୍ପୀ ଭାବେ ଏହି କଳାକୃତ୍ତିଟି ଗଢିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.