Below header

ଆସନ୍ତା ୧ରୁ ପୁରୀ ଶ୍ରୀମନ୍ଦିରକୁ ପାନ,ଗୁଟକା ମନା

ପୁରୀ(କେନ୍ୟୁଜ୍): ଆସନ୍ତା ୧ତାରିଖରୁ ପୁରୀ ଶ୍ରୀମନ୍ଦିରକୁ ପାନ, ଗୁଟକା ନେବା ମନା । ସେବାୟତ କିମ୍ବା ଶ୍ରଦ୍ଧାଳୁମାନେ ପାନ, ଗୁଟକା ନେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଶ୍ରୀମନ୍ଦିର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସରିଥିଲେ ମଧ୍ୟ ରଥଯାତ୍ରା ବ୍ୟବସ୍ଥାବଳୀର ଉଲ୍ଲଂଘନ ଅଭିଯୋଗରେ ୨୫ ଜଣଙ୍କୁ କୈଫିୟତ ତଲବ କରାଯିବ । ମହାପ୍ରଭୁଙ୍କ ସ୍ନାନଯାତ୍ରା ଠାରୁ ନିଳାଦ୍ରୀବିଜେ ପର‌୍ୟ୍ୟନ୍ତ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ କିଛି ସ୍ଥାନରେ ରଥଯାତ୍ରା ବ୍ୟବସ୍ଥାବଳୀର ଉଲ୍ଲଂଘନ ହୋଇଥିବା ନଜରକୁ ଆସିଥିଲା । ଏହି ଘଟଣାରେ ୨୫ ଜଣ ସେବାୟତ ଓ କର୍ମଚାରୀଙ୍କୁ କୈଫିୟତ ତଲବ କରିବ ଶ୍ରୀମନ୍ଦିର ପ୍ରଶାସନ । ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେହପରି ବୈଠକରେ ୨୦୧୮ ଓ ୨୦୧୯ ବର୍ଷ ପାଇଁ ଅଡିଟ ରିପୋର୍ଟକୁ ମଧ୍ୟ ମିଳିଛି ଅନୁମୋଦନ । ରଥଯାତ୍ରାରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଫୁଲସଜ୍ଜାଇ ଥିବା ଦିଲ୍ଲୀର ଭକ୍ତ କେ.କେ. ଶର୍ମାଙ୍କୁ ସମ୍ବର୍ଦ୍ଧିତ କରିବ ଶ୍ରୀମନ୍ଦିର ପ୍ରଶାସନ । ଏହାଛଡ଼ା ଫନି ପରେ ମରାମତି କାର‌୍ୟ୍ୟ କରିଥିବା ଏଏସଆଇକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.