Below header

ଝାରସୁଗୁଡ଼ା: ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ

ଝାରସୁଗୁଡ଼ା(କେନ୍ୟୁଜ୍): ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ । ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହି ଘଟଣା ପରେ ଚିକିତ୍ସାଳୟରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ଗତ ୨୭ ତାରିଖରେ ବୁରୋମାଲ ଅଞ୍ଚଳର ଜଣେ ପ୍ରସୂତି ରେଖା ଦେବୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଆଜି ପୁତ୍ର ସନ୍ତାନ ଜନ୍ମ ଦେବା ପରେ ତାର ମୃତ୍ୟୁ ହୋଇଯାଇଥିଲା । ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜର କହିଛନ୍ତି ତଦନ୍ତକାରୀ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.