ପଣା ସଂକ୍ରାନ୍ତି ପାଇଁ ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବମୁଖର

ଭଦ୍ରକ (କେନ୍ୟୁଜ୍) : ପଣା ସଂକ୍ରାନ୍ତି ପାଇଁ ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବମୁଖର । ଆଜିଠାରୁ ଏକ ମାସ ଧରି ବାବାଙ୍କ ପାଖରେ ଶୀତଳ ଉପଚାର ନୀତି କରାଯିବ । ଏଥିପାଇଁ ଆଜି ଭୋର ୪ଟାରେ ମନ୍ଦିର ପହୁଡ ଖୋଲିବା ପରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ଶହ ଶହ ଗୋପାଳ ଭକ୍ତ ଲମ୍ବା ଧାଡିରେ ଆସି ବାବାଙ୍କୁ ଜଳାଭିଶେକ କରୁଛନ୍ତି ।