ବରଗଡ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ବରଗଡ(କେନ୍ଯୁଜ୍): ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା । ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ବରଗଡ ରେଞ୍ଜ ବନ ବିଭାଗ ଗାଁର ଏକ କ୍ଳବ ଘରେ ଚଢଉ କରି ବଜ୍ରକପ୍ତାକୁ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପରେ ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି ।

ନିକଟରେ STF ପଞ୍ଝାରେ ପଡିଥିଲେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଲେ ମାଡିବସିଥିଲା STF । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ। ଖୋର୍ଦ୍ଧା ପିତାପଲି ଅଞ୍ଚଳରୁ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଥିଲା STF। ଗିରଫ ଦୁଇ ଜଣ କୈଳାସ ଖୋସଲା ଓ ଚୈତନ୍ୟ ଭତ୍ରା।

ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୦କେଜି ଥିଲା। ଲକ୍ଷାଧିକ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ହୋଇଥିଲା। ଗତ ୧ ବର୍ଷ ମଧ୍ୟରେ STF ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୫ଟି ଜୀବନ୍ତ ପାଙ୍ଗୋଲିନ୍‌, ୧୫ କେଜି ପଙ୍ଗୋଲିନ୍‌ କାତି ସହ ୩୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସୂଚନା ଥାଉକି, ବର୍ତ୍ତମାନ ବଜ୍ରକାପ୍ତା ଚୋରା ଚାଲାଣକାରୀ ସଂଖ୍ଯା ବଢିଚାଲିଥିବା ବେଳେ ଅନେକଙ୍କୁ ଗିରଫ ମଧ୍ଯ କରାଯାଉଛି । ନିକଟରେ ଭୁବନେଶ୍ୱରରେ ମଧ୍ଯ ବଜ୍ରକାପ୍ତା ଡିଲ୍‌ ବେଳେ STF ଚଢାଉ କରିଥିଲା । ଆଇଜି ପାର୍କରେ ଡିଲ୍‌ ବେଳେ ମାଡି ବସିଥିଲା STF । ଜଣେ ବଜ୍ରକାପ୍ତା ବେପାରୀକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଏସଟିଏଫର ୫ଜଣିଆ ଟିମ୍‌ ଗ୍ରାହକ ହୋଇ ବେପାରୀ ସହ ମୂଲଚାଲ କରୁଥିଲେ। ଖାଲି ସେତିକି ନୁହେଁ ବଜ୍ରକାପ୍ତା କାତି ପାଇଁ ମଧ୍ୟ ହୋଇଥିଲା ମୂଲଚାଲ।

ଗିରଫ ବେପାରୀ ସହ ବଜ୍ରକାପ୍ତା କାତି ଓ ଗୋଟିଏ ବାଇକ ଜବତ କରାଯାଇଥିଲା। ଗିରଫ ବେପାରୀ ଠାରୁ ସୂଚନା ଆଧାରରେ ଅନ୍ୟ ସ୍ଥାନରେ ଚଢଉ ଜାରି ରଖିଛି ଏସଟିଏଫ। ବାହାରକୁ ଚାଲାଣ ପାଇଁ ଯୋଜନା ବେଳେ ସୂଚନା ପାଇ ଆଇଜି ପାର୍କରୁ ଗିରଫ କରିଥିଲା STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.