କେରଳରେ ଜଳ ପ୍ରଳୟ: ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

କେରଳ: କେରଳରେ ଜଳ ପ୍ରଳୟ। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୧ଟି ଏନଡିଆରଏଫ୍‌ ଟିମ । ରାଜ୍ୟ ସରକାରଙ୍କ ଅନୁରୋଧରେ ଆର୍ମୀ,ନାଭି ଓ ବାୟୁସେନା ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଏମ୍‌ଆଇ ୧୭ ଓ ସାରଙ୍ଗ ହେଲିକପ୍‌ଟର ପ୍ରସ୍ତୁତ ରହିଛି । ସହାୟତା ପାଇଁ ଜିଲ୍ଲା ମାନଙ୍କରେ ରିଲିଫ କ୍ୟାମ୍ପ କରାଯାଇଛି । ପାଣିଘେରରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଜରୁରୀକାଳିନ ବୈଠକରେ ସ୍ଥିିତିର ସମୀକ୍ଷା କରିଛନ୍ତି । ପଠାନମଥିଟ୍ଟା, କୋଟାୟାମ ଓ ଇଡୁକି ଜିଲ୍ଲା ବର୍ଷା ଯୋଗୁଁ ବେଶୀ ପ୍ରଭାବିତ ହୋଇଛି । ୫ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଓ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣି ଜାରି ହୋଇଛି । ପଠାନମଥିଟ୍ଟା, କୋଟାୟାମ, ଏର୍ଣ୍ଣାକୁଲମ, ଇଡୁକି ଓ ତ୍ରିସୁର ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଆରବ ସାଗରରେ ଲଘୁଚାପ ପ୍ରଭାବରେ କେରଳରେ ବର୍ଷା ହେଉଛି । ଆଜି ବି ବର୍ଷିବ । ତେବେ ଆଜିଠୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ଯପଟେ ରାସ୍ତା ଉପରେ ନଈ ଭଳି ପାଣି ଦେଖିବାକୁ ମିଳିଛି । ବୁଡ଼ି ଯାଇଛି ଯାତ୍ରୀବାହୀ ବସ୍‌ । ବାହାରକୁ ବାହାରିବା ପାଇଁ ସଂଘର୍ଷ କରୁଛନ୍ତି ଯାତ୍ରୀ । ଅନ୍ୟ ଏକ ସ୍ଥାନରେ ଲୋକେ ରସି ସାହାଯ୍ୟରେ ଫସି ଯାଇଥିବା ଗାଡ଼ିକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଯାହା ବୟାନ କରିଛି କେତେ ଆତଙ୍କ ଖେଳାଇଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜ୍ୟ ସରକାରଙ୍କ ଅନୁରୋଧରେ ଆର୍ମୀ ଓ ବାୟୁସେନା ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ହେଲିକପ୍‌ଟର ପ୍ରସ୍ତୁତ ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ଆର୍ମୀ ଯବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.