ଡିଲ୍‌ ବେଲେ ମାଡିବସିଲା STF: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ, ୨ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଲେ ମାଡିବସିଲା। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ। ଖୋର୍ଦ୍ଧା ପିତାପଲି ଅଞ୍ଚଳରୁ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି STF। ଗିରଫ ଦୁଇ ଜଣ କୈଳାସ ଖୋସଲା ଓ ଚୈତନ୍ୟ ଭତ୍ରା।

ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୦କେଜି ହେବ। ଲକ୍ଷାଧିକ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ହୋଇଥିଲା। ଗତ ୧ ବର୍ଷ ମଧ୍ୟରେ STF ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୫ଟି ଜୀବନ୍ତ ପାଙ୍ଗୋଲିନ୍‌, ୧୫ କେଜି ପଙ୍ଗୋଲିନ୍‌ କାତି ସହ ୩୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନା ଥାଉକି, ବର୍ତ୍ତମାନ ବଜ୍ରକାପ୍ତା ଚୋରା ଚାଲାଣକାରୀ ସଂଖ୍ଯା ବଢିଚାଲିଥିବା ବେଳେ ଅନେକଙ୍କୁ ଗିରଫ ମଧ୍ଯ କରାଯାଉଛି । ନିକଟରେ ଭୁବନେଶ୍ୱରରେ ବଜ୍ରକାପ୍ତା ଡିଲ୍‌ ବେଳେ STF ଚଢାଉ କରିଥିଲା । ଆଇଜି ପାର୍କରେ ଡିଲ୍‌ ବେଳେ ମାଡି ବସିଥିଲା STF । ଜଣେ ବଜ୍ରକାପ୍ତା ବେପାରୀକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଏସଟିଏଫର ୫ଜଣିଆ ଟିମ୍‌ ଗ୍ରାହକ ହୋଇ ବେପାରୀ ସହ ମୂଲଚାଲ କରୁଥିଲେ। ଖାଲି ସେତିକି ନୁହେଁ ବଜ୍ରକାପ୍ତା କାତି ପାଇଁ ମଧ୍ୟ ହୋଇଥିଲା ମୂଲଚାଲ।

ଗିରଫ ବେପାରୀ ସହ ବଜ୍ରକାପ୍ତା କାତି ଓ ଗୋଟିଏ ବାଇକ ଜବତ କରାଯାଇଥିଲା। ଗିରଫ ବେପାରୀ ଠାରୁ ସୂଚନା ଆଧାରରେ ଅନ୍ୟ ସ୍ଥାନରେ ଚଢଉ ଜାରି ରଖିଛି ଏସଟିଏଫ। ବାହାରକୁ ଚାଲାଣ ପାଇଁ ଯୋଜନା ବେଳେ ସୂଚନା ପାଇ ଆଇଜି ପାର୍କରୁ ଗିରଫ କରିଥିଲା STF ।

ତେବେ ପୁଣି ଖୋର୍ଦ୍ଧା ପିତାପଲି ଅ଼ଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣକାରୀ ଗିରଫ କରିବାରେ ସଫଳ ହୋଇଛି STF। ବାରମ୍ବାର ଏଭଳି ଘଟଣା ଏବେ STFର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ , ଏଦିଗରେ କଠୋରରୁ କଠୋର ଦଣ୍ଡ ବିଧାନ କରାଯିବା ନିହାତୀ ଆବଶ୍ଯକ ବୋଲି ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.