ବିୟୁଟି ପାର୍ଲରର ସବୁ ଟ୍ରିଟମେଣ୍ଟ ପଡିଯିବ ଫିକା, ମୁଗ ଡାଲିକୁ କରନ୍ତୁ ଏମିତି ବ୍ଯବହାର

ଚେହେରାରେ ଗୋରାପଣ ପାଇବା ପାଇଁ ଯୁବତୀମାନେ ବିୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ଘରେ ମଧ୍ୟ ଆପଣ ସୁନ୍ଦର ଏବଂ ଉଜ୍ବଳ ତ୍ବଚା ପାଇପାରିବେ। ତା’ ପୁଣି ମୁଗ ଡାଲି ବ୍ଯବହାର କରି। ମୁଗ ଡାଲି ଶରୀର ପାଇଁ ଯେତିକି ଫାଇଦାଯୁକ୍ତ, ସେତିକି ତ୍ବଚା ପାଇଁ ମଧ୍ୟ ଫାଇଦାଯୁକ୍ତ।

ରାତିରେ ମୁଗଡାଲିକୁ କ୍ଷୀରରେ ଭିଜାଇ ଦିଅନ୍ତୁ। ପରଦିନ ସକାଳୁ ଗ୍ରାଇଣ୍ଡରରେ ଏହାକୁ ମିକ୍ସ କରିଦିଅନ୍ତୁ।

ଏହି ପେଷ୍ଟ କରିବା ସମୟରେ ଅଧା ଚାମଚ ହଳଦୀ ପକାଇ ଦିଅନ୍ତୁ।

ଏହାପରେ ସେହି ପେଷ୍ଟରେ ୧ ଚାମଚ ଚାଉଳ ଅଟା ଏବଂ ସମସ୍ତ ଜିନିଷକୁ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏବେ ମୁହଁକୁ ଭଲଭାବେ ଧୋଇବା ପରେ ମୁହଁ ଏବଂ ବେକରେ ଭଲଭାବେ ଲଗାନ୍ତୁ। ଏହା ପରେ ଏହାକୁ ସ୍କ୍ରବ ଭଳି ୨ ମିନିଟ ପର୍ଯ୍ଯନ୍ତ ମସାଜ କରନ୍ତୁ।

ଚେହେରାରେ ଏହା ଶୁଖିଗଲା ପରେ ଗୋଲାପ ଜଳ ସ୍ପ୍ରେ କରି ଏହାକୁ ଭଲଭାବେ ମୁହଁରୁ ଛଡାଇ ଦିଅନ୍ତୁ।

moong

ଫାଇଦା କ’ଣ ?

ଏହି ପେଷ୍ଟ ଆପଣଙ୍କ ଚେହେରାରୁ ଡେହ ସ୍କିନ ସେଲକୁ ବାହାର କରିଦିଏ ଏବଂ ତ୍ବଚାକୁ ସଫା ରଖିଥାଏ। ଏହି କାରଣରୁ ଗ୍ଲୋ ବଢିଥାଏ।

ମୁଗ ଡାଲିରେ ଅନେକ ପ୍ରକାର ମାଇକ୍ରୋନ୍ଯୁଟ୍ରିଏଣ୍ଟ ଭରପୂର ରହିଥାଏ। ଯାହା ତ୍ବଚାକୁ ହେଲଦି କରିବା ସହିତ ନିଖାର ପାଇବାରେ ସାହାଯ୍ଯ କରିଥାଏ।

ଏଥିରେ ମିଶା ହୋଇଥିବା କ୍ଷୀର ତ୍ବଚାକୁ ନମନୀୟତା ଯୋଗାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.