Below header

ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ଚିନ୍ତା କରୁଛନ୍ତିକି ? ଜମା ଭାବନ୍ତୁନି, କେନ୍ଦ୍ର ସରକାର ଦେଉଛନ୍ତି ୪ ଲକ୍ଷ ଟଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ନେଇ ଏକ ନୂଆ ନିୟମ ଜାରି ହୋଇଛି । ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ କରୁଛନ୍ତି ଆଉ ପିଲାମାନଙ୍କ ପଢ଼ା ଖର୍ଚ୍ଚର ଲାଭ ଏଯାବତ ନେଇନାହାନ୍ତି କିମ୍ବା କୌଣସି କାରଣବଶତଃ ଆପଣଙ୍କୁ ମିଳିପାରିନାହିଁ ତେବେ ଆପଣ ଏହାକୁ ନେଇ ଅଭିଯୋଗ କରିପାରିବେ । ଏବେ ସରକାର ଅଭିଯୋଗ ପତ୍ର ସହିତ ଏକ କପି ବି ଜାରି କରିଛନ୍ତି । ଏହି ଯୋଜନାରେ ସରକାର ଚାକିରୀରେ ଥିବା ସମୟରେ ମୃତ କର୍ମଚାରୀଙ୍କୁ ବି ସାମିଲ କରାଯାଇଛି । ଏଥିରେ ଫିଜିକାଲ କାଜୁଆଲିଟି, ମିସିଙ୍ଗ ଇନ ଆକ୍ସନ, ମେଡିକାଲ ବୋର୍ଡଆଉଟ କେଶର କର୍ମଚାରୀ ମାନେ ମଧ୍ୟ ରହିଛନ୍ତି । ନୂଆ ନିୟମ ଅନୁଯାୟୀ ଏହି କର୍ମଚାରୀଙ୍କୁ ୨୦୧୭ ଏପ୍ରିଲ ପହିଲାରୁ ପିଲାଙ୍କ ପଢ଼ାଖର୍ଚ୍ଚ ସମେତ ହଷ୍ଟେଲ ସବସିଡି ପିଛିଲା ଭାବେ ଦିଆଯିବ । ସରକାରୀ ଆଦେଶରେ ଏହା ମଧ୍ୟ କୁହାଯାଇଛିକି ଯଦି ଏମାନେ ୨୦୧୭ ଜୁଲାଇରୁ କୌଣସି ଆଗୁଆ କ୍ଲେମ କରିନାହାନ୍ତି ତ ତୁରନ୍ତ କରାଇ ନିଅନ୍ତୁ । ପ୍ରତିମାସ ପିଲାଙ୍କ ପଢ଼ା ପାଇଁ ପ୍ରତି ପିଲା ପିଛା ୨୨୫୦ ଟଙ୍କା ଓ ହଷ୍ଟେଲ ସବ୍ସିଡି ପାଇଁ ୬୭୫୦ ଟଙ୍କା ଦିଆଯିବ । ଚାହିଁଲେ ଉପଭୋକ୍ତା ଏକା ସାଥିରେ ୪ ବର୍ଷ ପାଇଁ ଏକକାଳୀନ ଅର୍ଥ ରାଶି ନେଇପାରିବେ । ଯଦି ହିସାବ କରାଯାଏ ତେବେ ଗୋଟେ ପିଲା ପାଇଁ ସର୍ବମୋଟ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ।

ସୂଚନା ମୁତାବକ କୌଣସି ପ୍ରକାର ଫିଜିକାଲ କାଜୁଆଲିଟି କେସ ପାଇଁ ପୁନେ ସ୍ଥିତ ସିଡିଏରେ ଅଭିଯୋଗ ଦାୟର କରିହେବ । ଏହି ଯୋଜନା ଅନ୍ତର୍ଗତ ପିଲାଙ୍କ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପର୍ଯ୍ୟନ୍ତ ହିଁ ଏହାର ସୁବିଧା ନିଆଯାଇ ପାରିବ । ଏକାଡେମିକ ସେସନ ଶେଷ ହେବା ପରେ ହିଁ କରିହେବ | କହିରଖିବା ଉଚିତ ହେବକି ସର୍ବାଧିକ ଦୁଇଟି ପିଲାଙ୍କ ପାଇଁ ହିଁ ସରକାରଙ୍କ ତରଫରୁ ଏହି ସୁବିଧା ଯୋଗାଇ ଦିଆଯିବ । ଯଦି ଦ୍ଵିତୀୟ ସନ୍ତାନ ଜାଅଁଳା ତେବେ ପ୍ରଥମ ପିଲା ସହିତ ଦୁଇ ଯାଁଆଳାଙ୍କ ପଢ଼ା ଖର୍ଚ୍ଚ ବି ସରକାର ବହନ କରିବେ । ଏହା ବାଦ ଆଉ ଏକ ଅସୁବିଧା ବି ମୁଣ୍ଡ ଟେକିଛି । ଦୁଇବର୍ଷ ହେବ କରୋନା କାରଣରୁ ନା ପିଲାମାନଙ୍କୁ ଠିକ ଭାବରେ ରିପୋର୍ଟ କାର୍ଡ ମିଳିପାରୁଛି ନା ସ୍କୁଲ ଫିସର ରସିଦ । ଯାହାକି କୌଣସି ଅଭିଯୋଗ କିମ୍ବା କ୍ଲେମ ପାଇଁ ନିହାତି ଆବଶ୍ୟକ । କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ଏକ ସେଲ୍ଫ ଡିକ୍ଳାରେସନ ଦାଖଲ କରିବା ନେଇ ନିୟମ ଜାରି କରାଯାଇଛି । ଏହା ସହିତ ସେମାନଙ୍କୁ ଇମେଲ/ଏସଏମଏସର ପ୍ରିଣ୍ଟ ଆଉଟ ବି ଦାଖଲ କରିବାକୁ ହେବ । ସ୍କୁଲ ତରଫରୁ ଏକ ପ୍ରମାଣ ପତ୍ର ନିହାତି ଦାଖଲ କରିବାକୁ ହେବ । ଯେଉଁଥିରେ ପିଲା ସେହି ସ୍କୁଲର ବୋଲି ପ୍ରମାଣ ଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.