Below header

ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାତୋଭଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର

୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷିତ । ଦୁଇ ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାତୋଭଙ୍କୁ ମିଳିବ ନାବେଲ ଶାନ୍ତି ପୁରସ୍କାର। ଫିଲିଫାଇନ୍‌ସ ଓ ରୁଷିଆରେ ଅଭିବ୍ୟକ୍ତିର ସ୍ୱାଧୀନତାରେ ଉଲ୍ଲେଖନୀୟ ସଂଘର୍ଷ ପାଇଁ ମିଳିବ ପୁରସ୍କାର। ଫିଲିଫାଇନ୍‌ସର ଜନ୍ମିତ ମାରିଆ ରେସା ନିଜ ଦେଶରେ କ୍ଷମତା ଦୂରୁପଯୋଗର ପର୍ଦ୍ଦାଫାସ, ବଢୁଥିବା ହିଂସା ଓ କର୍ତ୍ତୃତ୍ୱ କବଳ ବିରୋଧରେ ସ୍ୱର ଉଠାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ଶାନ୍ତି ପୁରସ୍କାରରେ ଘୋଷଣା କରାଯାଇଛି। ୨୦୧୨ରେ ସହ ପ୍ରତିଷ୍ଠାତା ଭାବେ ଡିଜିଟାଲ ମିଡିଆ ରାପର ଡଟ୍‌ କମ୍‌ର ପ୍ରତିଷ୍ଠା କରିଥିଲେ। ରାପକ ଡଟ୍‌ କମ ଏକ ଅନୁସନ୍ଧାନମୂଳକ ସାମ୍ବାଦିକତା କରୁଥିବା ସଂସ୍ଥା। ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ନିଜର ନିର୍ଭୟ ସାମ୍ବାଦିକତା ମାଧ୍ୟମରେ ରାଷ୍ଟ୍ରପତି ଦୁତେତ୍ରେଙ୍କ ଶାସନର ବିବାଦ, ନିଶା ବିରୋଧୀ ଅଭିଯାନ ସଦସ୍ୟଙ୍କ ହତ୍ୟାର ପର୍ଦ୍ଦାଫାସ କରିଛନ୍ତି। ଋଷିଆର ସାମ୍ବାଦିକ ଦିମିତ୍ରି ମୁରାଚୋଭ ମୁକ୍ତ ସମ୍ବାଦପତ୍ର ନୋଭାଜା ଗେଜେଟର ପ୍ରତିଷ୍ଠାତା।

ଏହା ପୂର୍ବରୁ ସାହିତ୍ୟ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡ଼ିସିନ ଆଦି ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ଘୋଷିତ ହୋଇଛି । ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କୁ ମିଳିବ ସାହିତ୍ୟରେ ନୋବେଲ । ନିଜ ସାରସ୍ୱତ କୃତିରେ ଉପନିବେଶବାଦର ପ୍ରଭାବ ଓ ସଂସ୍କୃତି ନେଇ ବହୁ ଲେଖା ପ୍ରକାଶ କରିଛନ୍ତି ଅବଦୁଲ ରଜାକ । ଶରଣାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ କରୁଣାମୟ ଲେଖା ମାଧ୍ୟମରେ ବିଶ୍ୱବାସୀଙ୍କ ହୃଦୟରେ ପ୍ରେମଭାବ ସୃଷ୍ଟି କରି ନୋବେଲ ପୁରସ୍କାର ପାଇଁ ମନେନୀତ କରାଯାଇଥିବା ସ୍ୱିଡସ ଏକାଡେମୀ ପକ୍ଷରୁ କୁହାଯାଇଛି । ୧୯୪୮ରେ ଜାଞ୍ଜିବର ଦ୍ୱୀପରେ ଜନ୍ମଲାଭ କରିଥିଲେ ଅବଦୁଲ।

୧୯୬୦ ଦଶକରେ ଶରଣାର୍ଥୀ ଭାବେ ଇଂଲଣ୍ଡ ଆସିଥିଲେ ଅବଦୁଲରଜାକ । ୨୧ବର୍ଷ ବୟସରୁ ଆରମ୍ଭ ହୋଇଥିଲା ତାଙ୍କ ସାରସ୍ୱତ ସାଧନା । ପ୍ରାରମ୍ଭରେ ସ୍ୱାହିଲି ଓ ପରେ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରିଥିଲେ । ଲେଖା ମାଧ୍ୟମରେ ସେ ଶରଣାର୍ଥୀଙ୍କ ଦୁଃଖ, ଦୟନୀୟ ସ୍ଥିତି ଓ ଶୋଷଣକୁ ପ୍ରକାଶ କରିଛନ୍ତି । ଦଶଟି ଉପନ୍ୟାସ ଓ ବହୁ କ୍ଷୁଦ୍ରଗଳ୍ପ ସଂକଳନର ସେ ରଚୟିତା ।
ବେଞ୍ଜାମିନ୍‌ ଲିଷ୍ଟ୍‍ ଓ ଡେଭିଡ୍‌ ମ୍ୟାକ୍‌ମିଲନ୍‌ଙ୍କୁ ନୋବେଲ୍‌ ପୁରସ୍କାର । ଆସିମେଟ୍ରିକ୍‌ ଅର୍‌ଗାନୋକାଟାଲିସିସ୍‌ ବିକଶିତ ପାଇଁ ମିଳିବ ନୋବେଲ । ମେଡିସିନରେ ନୋବେଲ ଘୋଷଣା କରାଯାଇଥିଲା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍‌ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ ମିଳିତ ଭାବେ ମେଡିସିନ୍‌ରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.