ଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି ୨ଟି ଦେଶର ପାସପୋର୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ହେନଲି ପାସପୋର୍ଟ ଇଣ୍ଡେକ୍ସ ତରଫରୁ ଗ୍ଲୋବାଲ୍ ମୋବିଲିଟି ରିପୋର୍ଟ ୨୦୨୧ ପ୍ରକାଶ କରିଛି । ଯେଉଁଥିରେ ଜାପାନ ଏବଂ ସିଙ୍ଗାପୁରର ସ୍ଥାନ ଶୀର୍ଷରେ ରହିଛି । ଏଥି ସହିତ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୯୦ ତମ ସ୍ଥାନରେ ରହିଛି। ଗତ ବର୍ଷଠାରୁ ଭାରତ ଏହି ତାଲିକାରେ ୬ ଟି ସ୍ଥାନ ହ୍ରାସ କରିଛି।

ସୂଚନା ଅନୁଯାୟୀ ଯେ, ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଜର୍ମାନୀ ଏବଂ ଦକ୍ଷିଣ କୋରିଆ ଦ୍ବିତୀୟ ସ୍ଥାନରେ ଅଛି। ତୃତୀୟ ସ୍ଥାନରେ ଫିନଲ୍ୟାଣ୍ଡ, ଇଟାଲୀ, ସ୍ପେନ୍ ଏବଂ ଲକ୍ସେମବର୍ଗ ରହିଛି। ଏହି ତାଲିକାରେ ଡେନମାର୍କ ରହିଛି ଚତୁର୍ଥ ସ୍ଥାନରେ । ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ବିଡେନ୍ ପଞ୍ଚମ ସ୍ଥାନରେ ଅଛି। ତେବେ ଗତ ବର୍ଷ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୮୪ ତମ ସ୍ଥାନରେ ରହିଥିଲା। ପଡୋଶୀ ଦେଶରେ ଭାରତର ପ୍ରଦର୍ଶନ ମଧ୍ୟ ଏହି ତାଲିକାରେ ଭଲ ନାହିଁ । ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭୁଟାନ ୯୬ ତମ, ମିଆଁମାର ୧୦୨ ତମ, ଶ୍ରୀଲଙ୍କା ୧୦୭ ତମ, ବାଂଲାଦେଶ ୧୦୮ତମ, ନେପାଳ ୧୧୦ ତମ, ପାକିସ୍ତାନ ୧୧୩ ତମ ଏବଂ ଆଫଗାନିସ୍ତାନ ୧୧୬ ତମ ସ୍ଥାନରେ ରହିଛି।

ଉଲ୍ଲେଖନୀୟ, ହେନଲି ପାସପୋର୍ଟ ଇଣ୍ଡେକ୍ସ ଏକ ସମୟରେ ପ୍ରକାଶ ପାଇଛି ଯେତେବେଳେ ଅଧିକାଂଶ ଦେଶ ମହାମାରୀ କରୋନା ଯୋଗୁଁ ମୁକାବିଲା କରିବା ପରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏହି ଯାତ୍ରା ନିୟମକୁ ଆରାମ ଦେବା ଆରମ୍ଭ କରି ଦେଇଛନ୍ତି। ହେନଲି ପାସପୋର୍ଟ ଇଣ୍ଡେକ୍ସର ରାଙ୍କିଂ ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଦ୍ବାରା ଉପଲବ୍ଧ ତଥ୍ୟ ଉପରେ ଆଧାରିତ ।

ତେବେ ପାସପୋର୍ଟ ଦୃଷ୍ଟିରୁ ଦଶଟି ଶକ୍ତିଶାଳୀ ଦେଶ ହେଉଛି ଜାପାନ, ସିଙ୍ଗାପୁର, ଜର୍ମାନୀ, ଦକ୍ଷିଣ କୋରିଆ, ଫିନଲ୍ୟାଣ୍ଡ, ଇଟାଲୀ, ଲକ୍ସେମବର୍ଗ, ସ୍ପେନ୍, ଫ୍ରାନ୍ସ ଏବଂ ଆୟର୍ଲାଣ୍ଡ । ଅନ୍ୟପଟେ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ଇରାକ, ସିରିଆ, ପାକିସ୍ଥାନ, ୟେମେନ, ସୋମାଲିଆ, ପାଲେଷ୍ଟାଇନ, ନେପାଳ, ଉତ୍ତର କୋରିଆ ଏବଂ ଲିବିଆ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.