ଯାଜପୁର: ସମାଜର ଉନ୍ନତି ପାଇଁ ନିଜର ପେନସନ ଅର୍ଥ ଏବଂ କଷ୍ଟ ଅର୍ଜିତ ଅର୍ଥକୁ ଦାନକଲେ ବରିଷ୍ଠ ନାଗରିକ,ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

ଯାଜପୁର ଟାଉନ (କେନ୍ୟୁଜ): କୋରୋନା ଭଳି ମହାବିପତି ସମୟରେ ସମସ୍ତେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ପରେ ଏଥିରେ ପ୍ରଭାବିତ ହୋଇଛନ୍ତି ବରିଷ୍ଠ ନାଗରିକ । ଏମାନେ ଯଦିଓ ବୟସର ଅପରାହ୍ନରେ ପହଂଚିଯାଇଛନ୍ତି ତଥାପି ଭୁଲି ନାହାଁନ୍ତି ସେମାନଙ୍କ ଦାୟିତ୍ୱ ବୋଧକୁ । ସମାଜର ଉନ୍ନତି ପାଇଁ ନିଜର ପେନସନ ଅର୍ଥ ଏବଂ କଷ୍ଟ ଅର୍ଜିତ ଅର୍ଥକୁ ଦାନ କରି ସାଜିଛନ୍ତି ଏକ ଉଦାହରଣ । କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ୫୧ ହଜାର ଟଙ୍କା ।

senior citizen jajpur2

ଯାଜପୁର ଜିଲା ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜିଲାପାଳଙ୍କ ମାଧ୍ୟମରେ ୫୧ ହଜାର ଟଙ୍କା ପ୍ରଦାନ କରି ସୃଷ୍ଟି କରିଛନ୍ତି ଉଦାହରଣ । ଖାଲି ଏତିକି ନୁହେଁ ଦୁଃଖି ଦରିଦ୍ରଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଂଟନ କରି ଭୋକିଲା ମୁହଁରେ ଆହାର ଦେଇଛନ୍ତି । ମଂଚର ସଭାପତି ନୃସିଂହ ଚରଣ ଦଳେଇ ଏବଂ ସଂପାଦକ ସୁରେନ୍ଦ୍ର କୁମାର ରାୟ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କୁ ଚେକ୍ ପ୍ରଦାନ କରି କୋରୋନା ଲଢ଼େଇ ପାଇଁ ଏହି ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.