Below header

ପାରାଦୀପ : ଏକ୍‌ସପ୍ରେସ ହାଇୱେର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିଲା ୧୨ ଚକିଆ ଟ୍ରକ୍‌

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ୍‌ସପ୍ରେସ ହାଇୱେର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିଲା ୧୨ ଚକିଆ ଟ୍ରକ୍‌ । ଗାଡ଼ି ଭିତରେ ଡ୍ରାଇଭର ଓ ହେଲ୍‌ପର ଥିବା ଆଶଙ୍କା କରାଯାଉଛି । ପାରାଦୀପରୁ ଚଣ୍ଡିଖୋଲକୁ ମାଲ୍‌ ନେଇ ଟ୍ରକ୍‌ଟି ଯାଉଥିଲା । ଭାରସାମ୍ୟ ହରାଇ ଟ୍ରକଟି ଖସିପଡିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପାରାଦ୍ୱୀପ ପୋଲିସ ଓ କୁଜଙ୍ଗ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରହିଛନ୍ତି । କିଛି ମାସ ତଳେ ଏହି ପୋଲରୁ ଏକ ଦଶ ଚିକିଆ ଟ୍ରକ ମହାନଦୀକୁ ଖସିପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.