Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହରି ବଳଦେବ ଜୀଉଙ୍କୁ ନିମନ୍ତ୍ରଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତ୍ରଣ ନେଇ ଦ୍ଵିତୀୟ ଶ୍ରକ୍ଷେତ୍ର ଶ୍ରୀ ହରିବଳଦେବ ଜୀଉଙ୍କ ଠାରେ ପହଁଚିଲେ ପ୍ରତିନିଧି ଦଳ । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ପ୍ରଭୂ ଲିଙ୍ଗରାଜଙ୍କ ଠାରୁ ଆରମ୍ଭ ହୋଇଥିଲା ନିମନ୍ତ୍ରଣ ।

ମୟୁରଭଞ୍ଜ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତ୍ରଣ ନେଇ ଦ୍ଵିତୀୟ ଶ୍ରୀକ୍ଷେତ୍ର ଶ୍ରୀ ହରି ବଳଦେବ ଜୀଉଙ୍କ ଠାରେ ପହଁଚିଲେ ପ୍ରତିନିଧି ଦଳ। ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ପ୍ରଭୁ ଲିଙ୍ଗରାଜଙ୍କ ଠାରୁ ଆରମ୍ଭ ହୋଇଥିଲା ନିମନ୍ତ୍ରଣ ।

୩୦ଟି ପ୍ରତିନିଧୀ ଦଳ ରାଜ୍ୟ ଓ ରାଜ୍ୟ ବାହାରକୁ ନିମନ୍ତ୍ରଣ ଦେବାକୁ ବାହାରିଛନ୍ତି । ଆଜି ସେବାୟତ ଓ ମନ୍ଦିର ପ୍ରଶାସନର ୪ଜଣିଆ ପ୍ରତିନିଧୀ ଦଳ ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ପହଞ୍ଚି ପ୍ରଥମେ ଶ୍ରୀ ହରି ବଳଦେବ ଜୀଉଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରତିନିଧୀ ଦଳକୁ ଭବ୍ୟ ସ୍ଵାଗତ କରି ମନ୍ଦିରକୁ ପାଛୋଟି ନିଆଯାଇଥିଲା। ପରେ ସେବାୟତ ମାନେ ତାାଙ୍କୁ ମନ୍ଦିର ମଧ୍ୟକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ମହାପ୍ରଭୁଙ୍କୁ ନିମନ୍ତ୍ରଣ ପ୍ରଦାନ କରିବା ପରେ ପ୍ରତିନିଧୀ ଦଳ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା ଅମ୍ୱିକାଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ମାଆଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଫେରିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.