ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡିଲେ

ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ । ଅନୁସୂଚିତ ଜାତି ଓ ଜନଜାତିର ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଯାଜପୁର ଭିଜିଲାନ୍ସ।

ଯାଜପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ । ଅନୁସୂଚିତ ଜାତି ଓ ଜନଜାତିର ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଯାଜପୁର ଭିଜିଲାନ୍ସ।

ଯାଜପୁର ବଡସୂଆର ଅଞ୍ଚଳର ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ମୋଟ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା। ସେଥି ମଧ୍ୟରୁ ମହିଳାଙ୍କୁ ୭୫ ହଜାର ମିଳି ଥିବା ବେଳେ ବାକି ଟଙ୍କାକୁ ପାସ କରାଇବା ପାଇଁ ରାଜସ୍ବ ସହାୟକ ୨୫ ହଜାର ଦାବି କରିଥିଲେ। ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଆଜି ଅବଶିଷ୍ଟ ୧୦ ହଜାର ନେବାକୁ ଦାବି କରିଥିଲେ। ତେବେ ଏହି ସମୟରେ ଯାଜପୁର ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ଏଥି ସହ ତାଙ୍କ ଯାଜପୁର ମହାବୀର ନଗର ସ୍ଥିତ ବାସ ଭବନ ରେ ଚଢାଉ ଜାରି ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.