ପାରୋଲ ଆବେଦନ କରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଜାଣନ୍ତୁ କାହିଁକି?

ପାଟଣାଗଡ଼: ପାରୋଲ ଆବେଦନ କରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତକାଲି ପୁଞ୍ଜିଲାଲଙ୍କ ମାଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ତାଙ୍କ ମୃତଦେହରୁ ବଲାଙ୍ଗିର ମେଡିକାଲ ଶବାଗାରରେ ରଖାଯାଇଛି । ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମାଙ୍କୁ ମୁଖାଗ୍ନି ଦେବେ ପୁଞ୍ଜିଲାଲ । ଏନେଇ ପାଟଣାଗଡ଼ ଏସଡିଜେଏମଙ୍କ ପାଖରେ ପାରୋଲ ଆବେଦନ କରିବେ । ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ଜରିଆରେ ଦୁଇ ଜଣଙ୍କ ଜୀବନ ନେଇଥିଲା ପୁଞ୍ଜିଲାଲ । ତା ପରଠାରୁ ସେ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.