Below header

ରାତାରାତି ନିଜ ତ୍ୱଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି , ତେବେ ଆପଣାନ୍ତୁ ଏହି ସ୍ଲୀପିଙ୍ଗ ଫେସ ମାସ୍କ

ସମସ୍ତଙ୍କ ଭିତରେ କେମିତି ସୁନ୍ଦର ଦେଖାଯିବେ ଏହା ଦୁନିଆର ପ୍ରତି ମହିଳାଙ୍କ ଇଚ୍ଛା ଥାଏ । କିନ୍ତୁ ଦେଖାଯାଏ କି ଦାମୀ କ୍ରିମ, ମାହାଙ୍ଗା ପାର୍ଲର, ଦାମୀ ମାସ୍କ ଆଦି ବ୍ୟବହାର କଲେ ମଧ୍ୟ ମହିଳା ମାନଙ୍କ ଏହି ଇଚ୍ଛା ପୂରଣ ହୋଇନଥାଏ । ପ୍ରକୃତରେ ସ୍କିନରେ ଚମକ ଆଣିବାକୁ ଚାହୁଁଥିଲେ ଏହାକୁ ଭିତରୁ ହିଁ ହେଲଦୀ ରଖିବା ନିହାତି ଦରକାର । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଅନେକଙ୍କ ପାଖରେ ଯଥେଷ୍ଟ ସମୟ ନଥାଏ କି ସେମାନେ ନିଜ ତ୍ୱଚାକୁ ଅଲଗା ଭାବେ ଯତ୍ନ ନେଇପାରିବେ । କିନ୍ତୁ ଆପଣ ଜାଣିଛନ୍ତି କି ଖୁବ କମ ଖର୍ଚ୍ଚରେ ଘରୋଇ ଉପାୟରେ ଆପଣ ନିଜ ତ୍ୱଚାକୁ ସୁନ୍ଦର ଓ ମସୃଣ କରିପାରିବେ । ଖାଲି ସେତିକି ନୁହେଁ ରାତିକ ଭିତରେ ଆପଣଙ୍କ ସ୍କିନର ହାଲତ ମଧ୍ୟ ସମ୍ପୂର୍ଣ ରୂପେ ବଦଳିଯିବ । ତେବେ ଆସନ୍ତୁ ଜାଣିବା କଣ କଣ ରହିଛି ଏହି ଉପାୟ:

lemone

୧. ଲେମ୍ବୁ ସ୍ଲିପିଂ ମାସ୍କ:

ଯଦି ଆପଣ ତ୍ୱଚାରେ ହେଉଥିବା କଳା ଦାଗ, ପିଗମେଣ୍ଟସନ, ବୟସର ଛାପ ନେଇ ଚିନ୍ତାରେ ରହୁଥାନ୍ତି ତେବେ ଲେମନ ସ୍ଲିପିଂ ମାସ୍କର ଉପଯୋଗ କରନ୍ତୁ । ଏହା ଆପଣଙ୍କ ସମସ୍ତ ପ୍ରକାରର ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିପାରିବ । ଏହା ସହ ସ୍କିନରେ ବି ଏକ ବିଶେଷ ଚମକ ଆସିବ । ଲେମ୍ବୁରେ ଥିବା ଭିଟାମିନ ସି ସ୍କିନ ରଙ୍ଗର ପରିବର୍ତ୍ତନ କରିପରେ । ଫାଳେ ଲେମ୍ବୁର ରସରେ ଗୋଟେ ଚାମଚ ବାଦାମ ତେଲକୁ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ସଫା ମୁହଁରେ ଏହି ମାସ୍କକୁ ଭଲଭାବେ ଲଗେଇ ଦିଅନ୍ତୁ । ରାତି ଯାକ ଏହାକୁ ଛାଡ଼ି ଦିଅନ୍ତୁ । ସକାଳୁ ଉଠି ନଖ ଉଷୁମ ପାଣିରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ

lemone

୨. ଟମାଟୋ ସ୍ଲିପିଂ ମାସ୍କ:

ଯଦି ଆପଣ ଖୁବ କମ ସମୟ ଓ କମ ଖର୍ଚ୍ଚରେ ନିଜ ଚେହେରାକୁ ଏକ ନୂଆ ଲୁକ ଦେବାକୁ ଚାହୁଁଛନ୍ତି ତେବେ ଟମାଟୋର ବ୍ୟବହାର ନିହାତି କରିବା ଆବଶ୍ୟକ । ଟମାଟୋରେ ଥିବା ଲାଇକୋପୀନ ତ୍ୱଚା ରଙ୍ଗ ବଦଳାଇବାରେ ଖୁବ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବେ କେମିତି କରିବେ ଏହି ମାସ୍କର ଉପଯୋଗ । ଗୋଟେ ଟମାଟୋରୁ ରସ ବାହାର କରି ଦିଅନ୍ତୁ । ଏବେ ସେଥିରେ ଗୋଟେ ବଡ ଚାମଚ ନଡ଼ିଆ ତେଲ ଓ ଗୋଟେ ଚାମଚ କ୍ଷୀର ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମାସ୍କକୁ ନିଜ ମୁହଁ, ବେକ, ହାତ ଆଦିରେ ଭଲ ଭାବେ ଲଗେଇ ଛାଡ଼ି ଦିଅନ୍ତୁ । ଦେଖିବେ ଖୁବ କମ ସମୟ ଭିତରେ ଆପଣଙ୍କ ତ୍ୱଚାରେ ଏକ ଚମକ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.