ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ଥ : ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଟ୍ରକକୁ ପଛପଟୁ ଦେଲା ଧକ୍କା, ୧୩ ଗୁରୁତର ଆହତ

ଜଳେଶ୍ୱର (କେନ୍ୟୁଜ୍) : ଜଳେଶ୍ୱର-ଚନ୍ଦନେଶ୍ୱରର ନାମ୍ପୋ ଛକ ନିକଟରେ ନୁରାନୀ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ଥ । ବସରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସଟି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଛି । ତେବେ ଦୁର୍ଘଟଣା ପରେ ଡ୍ରାଇଭର, ହେଲପର ଓ କଣ୍ଟକ୍ଟର ଫେରାର ହୋଇ ଯାଇଛନ୍ତି । ନାମ୍ପୋ ପୋଲିସ ବସଟିକୁ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.