Below header

ପୁଣି ଏକ ଟ୍ରେନ ଟ୍ରାଜେଡି, ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ୬ ଜଣଙ୍କ ମୃତ୍ୟୁ ସୂଚନା ରହିଛି। ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।

ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା ବିଶାଖାପାଟଣା ରାୟଗଡ଼ା ପାସେଞ୍ଜର। ଗୋଟିଏ ଟ୍ରେନ ଛାଡୁଥିଲାବେଳେ ଅନ୍ୟ ଏକ ଟ୍ରେନ ଧକ୍କା ଦେଇଥିଲା।

ଏଥିରେ ରାୟଗଡ଼ା ପାସେଞ୍ଜରର ତିନିଟି ବଗି ଲାଇନ ଚ୍ୟୁତ ହୋଇଛି। ୬ ଜଣଙ୍କ ମୃତ୍ୟୁ ସୂଚନା ରହିଛି। ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢିପାରେ। ଘଟଣାସ୍ଥଳରେ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାୟଗଡ଼ା ଆଡ଼କୁ ଆସୁଥିବା ପାସେଞ୍ଜର ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ଉଭୟ ଟ୍ରେନରେ ଶହେରୁ ଦେଢ଼ ଶହ ଯାତ୍ରୀ ଥିବା ସୂଚନା ମିଳିଛି ।  ଭୁବନେଶ୍ୱରରୁ ଉଦ୍ଧାରକାରୀ ଦଳ ପାଠ ଯାଇଛି । ରେଳବାଇ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଦୁର୍ଘଟଣା ସ୍ଥଳରେ ୧୪ ଟି ଆମ୍ବୁଲାନ୍ସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.