Below header

ମାଗଣାରେ ୪୦ଟି ସିଲେଇ ମେସିନ ପ୍ରଦାନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ମିଶନ ଶକ୍ତି ସଭାଗୃହରେ ମାଗଣାରେ ୪୦ଟି ସିଲେଇ ମେସିନ ପ୍ରଦାନ କରିଛନ୍ତି l

କଣ୍ଟାମାଲ : ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ମିଶନ ଶକ୍ତି ସଭାଗୃହରେ ମାଗଣାରେ ୪୦ଟି ସିଲେଇ ମେସିନ ପ୍ରଦାନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ମହିଳାମାନେ ସିଲେଇ ଶିଖିବା ସହିତ ନିଜେ ରୋଜଗାରକ୍ଷମ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଡ଼ ସାମନ୍ତ ସୂଚନା ଦେଇଛନ୍ତି l

ଅନ୍ୟପଟେ ସିଲେଇ ମେସିନ ପାଇ ମହିଳାମାନେ ନିଜେ ଖୁସି ହେବା ସହିତ ଡ଼ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ କଣ୍ଟାମାଲ ବିଧାୟକ ମହୀଧର ରଣା, କଣ୍ଟାମାଲ ବିଡ଼ିଓ ସୀମା ରେଡି,ସାଂସଦ ପ୍ରତିନିଧି ତାରିଣୀ ମହାପାତ୍ର, କଣ୍ଟାମାଲ ସାଂସଦ ପ୍ରତିନିଧି ଶମ୍ଭୁପ୍ରସାଦ ସାହୁ, ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.